ଆପଣ ସନ୍ନ୍ୟାସୀ ହେବାକୁ ଚାହୁଁଛନ୍ତି କି? +2, ଗ୍ରାଜୁଏଟ୍, ପୋଷ୍ଟଗ୍ରାଜୁଏଟ୍ କରିଥିଲେ କରିପାରିବେ ଆବେଦନ । ଯୁବକଙ୍କୁ ସନ୍ନ୍ୟାସୀ-ବ୍ରହ୍ମଚାରୀ କରିବ ପତଞ୍ଜଳି ।

206

କନକ ବ୍ୟୁରୋ: ଦେଶର ଯୁବକମାନଙ୍କୁ ସନ୍ନ୍ୟାସୀ ହେବାକୁ ଆମନ୍ତ୍ରିତ କଲେ ଯୋଗଗୁରୁ ବାବା ରାମଦେବ । ଏଥିପାଇଁ ସେ ସୋସିଆଲ୍ ମିଡିଆରେ ବିଜ୍ଞାପନ ଦେବା ସହିତ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ମଧ୍ୟ ସୂଚନା ସେୟାର କରିଛନ୍ତି ।

ବାବା ରାମଦେବଙ୍କ କହିବା କଥା, ଯେଉଁମାନେ ଯୁବକ, ଯୁବତୀମାନେ ସନ୍ନ୍ୟାସୀ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ବାସ୍ କିଛି ସର୍ତ୍ତ ପୂରଣ କରିବାକୁ ପଡିବ । ଏଥିପାଇଁ ସନ୍ନ୍ୟାସ ମହୋତ୍ସବର ଆୟୋଜନ କରାଯାଉଛି । ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ଏହି ମହୋତ୍ସବର ଆରମ୍ଭ ହେବା ସହିତ ମାର୍ଚ୍ଚ ୩୦ ତାରିଖ ଅର୍ଥାତ ରାମନବମୀ ପର୍ଯ୍ୟନ୍ତ ଏହା ଚାଲିବ । ତେବେ ସନ୍ନ୍ୟାସୀ ମହୋତ୍ସବରେ ସନ୍ନ୍ୟାସୀ ହେବା ପାଇଁ ଜଣେ ଯୁବକ କିମ୍ବା ଯୁବତୀ ଅତି କମରେ ଦ୍ୱାଦଶ ଶ୍ରେଣୀ ପାସ୍ ହେବା ଆବଶ୍ୟକ ବୋଲି କୁହାଯାଇଛି । ଏହାସହିତ ଗ୍ରାଜୁଏଟ୍, ପୋଷ୍ଟଗ୍ରାଜୁଏଟ୍ ପଢିଥିବା ଯୁବକ,ଯୁବତୀମାନେ ମଧ୍ୟ ଏଥିପାଇଁ ଆପ୍ଲାଏ କରିପାରିବେ ବାଲେି କୁହାଯାଇଛି ।

ବାବା ରାମଦେବ କରିଥିବା ପୋଷ୍ଟରେ କୁହାଯାଇଛି ଯେ, କୌଣସି ବି ଜାତି କିମ୍ବା ସମୁଦାୟରେ ଜନ୍ମ ହୋଇଥିବା ସାଧାରଣ ମଣିଷ ମଧ୍ୟ ବଡ ବଡ କ୍ରାନ୍ତି କରିପାରିବେ । ଏଥିପାଇଁ ପରାକ୍ରମୀ ଓ ପ୍ରଚଣ୍ଡ ପୁରୁଷାର୍ଥର ଆବଶ୍ୟକତା ହୋଇଥାଏ । ତେଣୁ ରାମଦେବ ରାମନବମୀ ଅବସରରେ ପତଞ୍ଜଳି ଆଶିବା ପରେ ତାଙ୍କଠାରୁ ଦୀକ୍ଷା ନେଇ ସନ୍ନ୍ୟାସୀ ଜୀବନ ଆରମ୍ଭ କରିବାକୁ ଅପିଲ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପତଞ୍ଜଳି ବିଶ୍ୱବିଦ୍ୟାଳୟ ଆସି ଶିକ୍ଷା-ଦୀକ୍ଷା ହାସଲ କରିବା ସହିତ ଯୁବକ-ଯୁବତୀମାନେ ମହାନ ଋଷିଙ୍କ ଭଳି ବ୍ୟକ୍ତିତ୍ୱ ଗଠନ କରିପାରିବେ ବୋଲି କୁହାଯାଇଛି ।

କୌଣସି ବି ଜାତିର ହେଇଥାଆନ୍ତୁ ନା କାହିଁକି, ମାତା ପିତା ନିଜ ବଂଶର ଗୌରବ ରକ୍ଷା କରିବାକୁ ଚାହୁଁଥିଲେ ନିଜ ପ୍ରତିଭାବାବନ ପିଲାଙ୍କୁ ରାମଦେବଙ୍କ ପାଖକୁ ପଠାଇ ସନ୍ନ୍ୟାସ ଜୀବନ ଅତିବାହିତ କରିବାକୁ ପଠାଇପାରିବେ ବୋଲି ବିଜ୍ଞାପନରେ କୁହାଯାଇଛି । ଏଥିସହିତ ଯଦି କୌଣସି ଯୁବକ ସନ୍ନ୍ୟାସ ଗ୍ରହଣ କରିବାକୁ ଚାହୁଁଛନ୍ତି, ତେବେ ପିତାମାତାଙ୍କ ଅନୁମତି ବିନା ମଧ୍ୟ ସେ ପତଞ୍ଜଳି ଯୋଗପୀଠକୁ ଯାଇପାରିବେ । ସ୍ୱାମୀ ରାମଦେବ ଓ ମହର୍ଷି ଦୟାନନ୍ଦଙ୍କ ଭଳି ସନ୍ନ୍ୟାସୀ ସେହିଠାରେ ହିଁ ତିଆରି ହୋଇଥିଲେ ବୋଲି ବିଜ୍ଞାପନରେ ସୂଚନା ଦିଆଯାଇଛି ।

ବାବା ରାମଦେବ ଦାବି କରିଛନ୍ତି ଯେ, ବିଶ୍ୱବିଦ୍ୟାଳୟରେ ଯୋଗରେ ବିଏ, ଏମଏ, ବିଏଏମଏସ୍ ଓ ବିୱାଇଏନଏସର ସହ ଦର୍ଶନଶାସ୍ତ୍ର, ବେଦଶାସ୍ତ୍ର ଓ ବ୍ୟାକରଣ ସହିତ ସଂସ୍କୃତ ଓ ସାହିତ୍ୟ ଉପରେ ମଧ୍ୟ ବିଏ ଓ ଏମଏ କରାଯାଉଛି ।