ମଦ୍ୟପାନ କରି ଗାଡି ଚଳାଇବା ପଡିଲା ମହଙ୍ଗା । ଜେଲ ଗଲେ ବରିଷ୍ଠ ଅଭିନେତା ଦିଲ୍ଲୀପ ତାହିଲ

692

କନକ ବ୍ୟୁରୋ : ବଲିଉଡର ବରିଷ୍ଠ ଅଭିନେତା ଦିଲ୍ଲୀପ ତାହିଲଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କୋର୍ଟ ଦିଲ୍ଲୀପଙ୍କୁ ୨ମାସ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଛି । ୫ବର୍ଷ ପୂର୍ବେ ମଦ୍ୟପାନ କରି ଗାଡି ଚଳାଉଥିବା ମାମଲାରେ ତାଙ୍କୁ ଜେଲ ଦଣ୍ଡ ହୋଇଛି । ଏହି ମାମଲା ୨୦୧୮ ମସିହାର ଥିଲା ।

ଦିଲ୍ଲୀପଙ୍କ ଉପରେ ଅଭିଯୋଗ ରହିଛି କି ୨୦୧୮ ମସିହାରେ ସେ ମଦ୍ୟପାନ କରି ନିଶାରେ ମୁମ୍ବାଇର ପାଶ ଖାର ଅଞ୍ଚଳରେ ଏକ ଅଟୋକୁ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣାରେ ଜଣେ ମହିଳା ଗମ୍ଭୀର ଆହତ ହୋଇଥିଲେ   । ଗଣମାଧ୍ୟମର ରିପୋର୍ଟ ମୁତାବକ ଅଦାଲତ ଏହି ପ୍ରମାଣକୁ ଆଧାର କରି ତହିଲଙ୍କୁ ଦଣ୍ଡିତ କରିଛନ୍ତି ।

ଅଭିନେତାଙ୍କ ମୁହଁର ମଦ ଗନ୍ଧ ଓ ଅଭିନେତାଙ୍କ ଚାଲିଚଳନକୁ ଆଧାର କରି କୋର୍ଟ ଦଣ୍ଡିତ କରିଛନ୍ତି । ଏହି ମାମଲାରେ ଦିଲ୍ଲୀପଙ୍କୁ ତୁରନ୍ତ ପୋଲିସ ଗିରଫ କରିଥିଲା । ହେଲେ ଦିଲ୍ଲୀପ ଜାମିନରେ ଜେଲରୁ ବାହାରି ଆସିଥିଲେ  । ଗତ ୫ ବର୍ଷ ଧରି ଏହି ମାମଲା ଚାଲିଥିଲା । ଏହି ମାମଲାରେ ଏବେ କୋର୍ଟ ରାୟ ଶୁଣାଣି କ୍ରମରେ ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରି ୨ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।