ଏନଡିଟିଭି ସେୟାର କିଣିବା ପ୍ରସଙ୍ଗ: ୨୨ ଜୁଲାଇ ୨୦୨୨ର ସ୍ୟାଟର ନିର୍ଦ୍ଦେଶ ମହତ୍ତ୍ୱପୂର୍ଣ୍ଣ। ପଢନ୍ତୁ ପୂରା ତଥ୍ୟ …

112

କନକ ବ୍ୟୁରୋ: ଆଦାନୀ ଗ୍ରୁପ ଏନଡିଟିଭିର ସେୟାର କିଣିବାକୁ ଆଗ୍ରହ ପ୍ରକାଶ କରିଥିଲା । ଏହାକୁ ନେଇ କମ୍ପାନୀ ସ୍ପଷ୍ଟ କରିସାରିଥିବା ବେଳେ, ଏହି ପ୍ରସଙ୍ଗରେ ୨୦୨୨ ଜୁଲାଇ ୨୦ର ସ୍ୟାଟର ନିର୍ଦ୍ଦେଶ ଅନେକ ମହତ୍ତ୍ୱ ରଖୁଛି ।

ବୁଧବାର ସେୟାର ବଜାର ଖୋଲିବା ପରେ ଏନଡିଟିଭିର ସେୟାର ମୂଲ୍ୟ ୩୮୮ ଟଙ୍କାକୁ ବୃଦ୍ଧି ହୋଇଥିଲା । ସ୍ୟାଟ ପକ୍ଷରୁ କୁହାଯାଇଛି ଭିପିସିଏଲ ଏବଂ ଏନଡିଟିଭିର ପ୍ରମୋଟରଙ୍କ ମଧ୍ୟରେ ହୋଇଥିବା ଋଣ ଚୁକ୍ତି ସିଧାସଳଖ କିମ୍ବା ପରୋକ୍ଷ ଭାବେ ଏନଡିଟିଭିର ନିୟନ୍ତ୍ରଣକୁ ହସ୍ତାନ୍ତର କରିପାରିବ ନାହିଁ । ଅର୍ଥାତ ଭିପିସିଏଲକୁ ଏହା ହସ୍ତାନ୍ତର କରାଯାଇପାରିବ ନାହିଁ । ତେଣୁ ଏଓଙ୍କ ଦ୍ୱାରା ଦିଆଯାଇଥିବା ଅନୁସନ୍ଧାନ ରିପୋର୍ଟରେ କୁହାଯାଇଛି ଚୁକ୍ତି ଏଭଳି ହୋଇଛି ଯାହା ବାସ୍ତବରେ ସ୍ପଷ୍ଟ କରୁଛି ଯେ ଭିପିସିଏସଲକୁ ନିୟନ୍ତ୍ରଣ ହସ୍ତାନ୍ତର କରିପାରିବ ନାହିଁ ।

ସେହିଭଳି ସ୍ୟାଟର ୨୦ ଜୁଲାଇରେ ଦେଇଥିବା ରାୟରେ କହିଛନ୍ତି, ଯେଉଁ ପ୍ରଶ୍ନ ଉପରେ ଫଇସଲା କରିବା ଦରକାର ତାହା ଏହିଭଳି । ୨୦୧୫ ଅଗଷ୍ଟ ୫ରେ ବୋର୍ଡ ଅଫ୍ ଡାଇରେକ୍ଟରର ନିଷ୍ପତ୍ତିକୁ ଚୁକ୍ତିନାମାର ଧାରା ୩୬ରେ ପ୍ରକାଶ କରାଯାଇପାରିବ । ବର୍ତ୍ତମାନ ମାମଲାର ଏଓ ଜାଣିବାକୁ ପାଇଛନ୍ତି, ଭିପିସିଏଲ ଋଣ ଚୁକ୍ତିନାମା ସମ୍ବଦ୍ଧିତ ସୂଚନା ଭିପିସିଏଲ ଦ୍ୱାରା ବାସ୍ତବିକ ନିୟନ୍ତ୍ରଣ କାରଣରୁ ମହତ୍ତ୍ୱପୂର୍ଣ୍ଣ ରହିଥିଲା ।

ଟ୍ରିବ୍ୟୁନାଲ କହିଛନ୍ତି, ଆମେ ପ୍ରଥମେ ମଧ୍ୟ ମାନିଥିଲୁ ଯେ ଏନଡିଟିଭି ଉପରେ ଭିପିସିଏଲର କୌଣସି ବାସ୍ତବିକ ନିୟନ୍ତ୍ରଣ ନଥିଲା । ଏଥିପାଇଁ ଏହି ସଂକ୍ଷିପ୍ତ ଆଧାର ଉପରେ ଏହା ନିଷ୍କର୍ଷ ବାହାର କରାଯାଇପାରିବ ଯେ, ଋଣ ଚୁକ୍ତିନାମାର ପ୍ରକୃତି ବାସ୍ତବିକ ଭାବେ ସମ୍ବେଦନଶୀଳ ଥିଲା ।

ତେବେ ଋଣ ଚୁକ୍ତିନାମାରେ ଥିବା ଭିନ୍ନ ଭିନ୍ନ ପ୍ରକାରର ଚୁକ୍ତି ଉପରେ ବିଚାର କରି ଏହା ତଥ୍ୟ ସ୍ୟାଟ ଜାଣିବାକୁ ପାଇଥିଲେ ଯେ ୱାରେଣ୍ଟ ବିକଳ୍ପ କିମ୍ବା କଲ ବିକଳ୍ପର ପ୍ରୟୋଗ କମ୍ପାନୀର ପ୍ରଦର୍ଶନ କିମ୍ବା ସଂଚାଳନ ଉପରେ ପ୍ରଭାବ ପକାଇବ । ୨୦୧୫ ଅଗଷ୍ଟ ୫ରେ ବୋର୍ଡ ଅଫ୍ ଡାଇରେକ୍ଟର ବୈଠକରେ କମ୍ପାନୀର କାର୍ଯ୍ୟ ଉପରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା । ସେହି ବୈଠକର ସମସ୍ତ ତଥ୍ୟକୁ ଚୁକ୍ତିନାମାର ଧାରା ୩୬ରେ ଖୁଲାସା କରିବା କଥା । କିନ୍ତୁ ଏହା ହୋଇନଥିଲା, ଏହା ହେଲେ ଲୋକଙ୍କର ଭରସା ତଥା ସେୟାରକ୍ରେତାଙ୍କ ନିବେଶ ଉପରେ ନିର୍ଣ୍ଣୟ କରିବାରେ ସକ୍ଷମ ହେବେ ।

ଏହିଭଳି ଭାବେ ଲିଷ୍ଟିଙ୍ଗ ଚୁକ୍ତିନାମାର ଧାରା ୩୬ର ଉଲ୍ଲଙ୍ଘନ ସମ୍ବନ୍ଧରେ ଏଓଙ୍କ ଆଦେଶକୁ ଦେଖି ୫ କୋଟିର ଜରିମାନା ଅଧିକ ହେଉଥିବା କହିଥିଲେ । ଧାରା ୨୩ଏ(ଏ) ଅନୁସାରେ ସର୍ବାଧିକ ଏକ କୋଟିର ଜରିମାନା ଲଗାଯାଇପାରିବ । ମାମଲାରେ ଦିଆଯାଇଥିବା ତଥ୍ୟ ଏବଂ ପରିସ୍ଥିତିକୁ ବିଚାର କରି, ଏସସିଆରଏର ଧାରା ୨୩(ଜେ)କୁ ବିଚାରକରିବା ପରେ ଜଣାପଡିଥିଲା ଯେ ଏଓ ନିଜେ ମାନିଛନ୍ତି ଏନଡିଟିଭି ଅର୍ଜିତ କରିଥିବା ମାତ୍ରାଧିକ ଲାଭ କିମ୍ବା ନିବେଶକଙ୍କ ଦ୍ୱାରା ହୋଇଥିବା ହାନୀ ସୀମାର ଗଣନା କରାଯାଇପାରିବ ନାହିଁ ।