ହଳ ଧରିଲେ ଆଠମଲ୍ଲିକ ବିଧାୟକ । ଟ୍ରାକ୍ଟରରେ କାଦୁଅ କଲେ ଧାନ ରୋଇଲେ, ପୋଖରୀରୁ ବି ଧରିଲେ ମାଛ । କହିଲେ, ଏବେ ନୁହେଁ ପିଲାଦିନୁ ଚାଷ ପ୍ରତି ରହିଛି ଦୁର୍ବଳତା ।

526

କନକ ବ୍ୟୁରୋ : ଆମେ ଛୋଟ ବେଳେ ପାଠ ବହିରେ ପଢି ଥିଲେ ଚାଷ କାମ ଯାହାର କି ଆନନ୍ଦ ତାହାର । ଯାହାର ଏକ ଉଦାହରଣ ଆଠମଲ୍ଲିକ ବିଧାୟକ ରମେଶ ସାଏ । ନିଜ ବିଲରେ ନିଜେ ଚାଷ କରନ୍ତି ବିଧାୟକ । ଖାଲି ସେତିକି ନୁହେଁ ଛୋଟ ବେଳର ନିଶାକୁ ବି ସେ ଭୁଲିନାହାନ୍ତି । ପିଲାଦିନେ ମାଛ ଧରିବାକୁ ଭଲ ପାଉଥିବା ବିଧାୟକ ନିଜ ପୋଖରୀରେ ମାଛ ଚାଷ କରିବା ଏବଂ ଜାଲ ପକାଇ ମାଛ ଧରିବା ଭିଜୁଆଲ କ୍ୟାମେରାରେ କଏଦ ହୋଇଛି ।

ଆଠମଲ୍ଲିକର ଚାଷୀ ବିଧାୟକ । ବିଲରେ ଧାନ ରୋଇଲେ ରମେଶ ସାଏ । ଓଡିଶା ସରକାରଙ୍କ ଅଧିନରେ ପ୍ରଶାସନିକ ଅଧିକାରୀ ଚାକିରି ଛାଡି ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି ରମେଶ ସାଏ । ବିଜେଡି ଟିକଟରୁ ଆଠମଲ୍ଲିକ ବିଧାୟକ ଭାବେ ନିର୍ବାଚିତ ବି ହୋଇଛନ୍ତି । ହେଲେ ଆଜି ବି ସେ ଜଣେ ଚାଷୀ ପୁଅ । ଚାଷକୁ ସବୁବେଳେ ଭଲ ପାଆନ୍ତି ଆଠମଲ୍ଲିକର ଚାଷୀ ବିଧାୟକ ରମେଶ ସାଏ ।

ଚାକିରୀରେ ଥିବା ବେଳେ ସମୟ ବାହାର କରି ନିଜ ବିଲରେ ଚାଷ କରୁଥିଲେ ଆଉ ଏବେ ବିଧାୟକ ହୋଇ ବି ବିଲରେ ବିଧାୟକଙ୍କୁ ଦେଖିବାକୁ ମିଳିଛି । ଟ୍ରାକ୍ଟର ଦ୍ୱାରା ଜମି କାଦୁଅ କରିବା ସହ ଶ୍ରମିକଙ୍କ ସହ ମିଶି ଏହି ଜନ ପ୍ରତିନିଧି ଜଣଙ୍କ ଧାନ ରୋଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ବିଧାୟକଙ୍କ ମାଛ ଚାଷ ନିଶା । ଜାଲ ପକାଇଲେ ମାଛ ଧରିଲେ ବିଧାୟକ । ହାତରେ ଜାଲ ଧରି ନିଜ ମାଛ ପୋଖରେ ପାଖରେ ପହଂଚିଥିଲେ ବିଧାୟକ ରମେଶ ସାଏ । ୬ଟି ପୋଖରୀରେ ମାଛ ଚାଷ କରିଛନ୍ତି ଆଠମଲ୍ଲିକ ବିଧାୟକ । ଚାଷୀଙ୍କ ଆର୍ଥୀକ ମାନଦଣ୍ଡ ବୃଦ୍ଧି ପାଇଁ ସରକାର ମାଛଚାଷ, ପଶୁପକ୍ଷୀ ଚାଷ ପାଇଁ ଋଣ ଯୋଗାଉଛନ୍ତି । କିନ୍ତୁ ଚାଷୀ ଚାହିଁଲେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରି ହେବ ବୋଲି କହିଛନ୍ତି ବିଧାୟକ ରମେଶ ସାଏ । ପାଠ ପଢି ବେକାର ହୋଇ ଘରେ ବସିଥିବା ଯୁବକ ଯୁବତୀଙ୍କୁ ଚାଷ ପ୍ରତି ଆକୃଷ୍ଟ କରିବା ଦିଗରେ ଏକ ଉଦାହରଣ ସାଜିବେ ଆଠମଲ୍ଲିକ ବିଧାୟକ ।