ଚିନ୍ତା ବଢାଉଛି ଆମାଜନ ଜଙ୍ଗଲ ନିଆଁ : ଅନେକ ଉଦ୍ୟମ ପରେ ବି ଲିଭିପାରୁନି ନିଆଁ, ଆମେରିକା ସମେତ ୯ଟି ଦେଶର ଆକାଶ ଧୂଆଁମୟ

287

କନକ ବ୍ୟୁରୋ : ଏବେବି ଜଳୁଛି ବିଶ୍ୱର ସବୁଠୁ ବଡ ଜଙ୍ଗଲ । ଆମାଜନ ରେନ ଫରେଷ୍ଟ ନିଆଁ ଲିଭିବାର ନାଁ ନେଉନାହିଁ । ଏଭଳି ସ୍ଥିତିରେ ବ୍ରାଜିଲରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି । ବ୍ରାଜିଲର ଉତର ଭାଗ ରାଜ୍ୟଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଛି । ରୋରୈମା, ଏକ୍ରେ, ରୋଣ୍ଡୋନିୟା, ପାରା, ମାଟୋଗ୍ରୋସୋ ଓ ଆମଜୋନସ ଧୂଆଁ ପ୍ରଭାବରେ ପ୍ରଭାବିତ ହୋଇଛି । ସେପଟେ ଆମାଜନରୁ ବାହାରୁଥିବା ଧୂଆଁର ପ୍ରଭାବ ଦକ୍ଷିଣ ଆମେରିକା ସମେତ ୯ଟି ଦେଶରେ ଦେଖିବାକୁ ମିଳିଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଏହାସହ ନାସା ପକ୍ଷରୁ କିଛି ଫଟୋ ବି ଜାରି କରାଯାଇଛି ।

ନିଆଁରୁ ବାହାରୁଥିବା ଧୂଆଁ ଯୋଗୁଁ ପରିବେଶ ମଧ୍ୟ ପ୍ରଭାବିତ ହେଉଛି । ସେପଟେ ଏହି ଧୂଆଁ ଆଟଲାନଟିକ ସମୂଦ୍ର ଉପକୂଳ ଯାଏଁ ବ୍ୟାପୁଥିବା ନାସା ପକ୍ଷରୁ କୁହାଯାଇଛି । ଅର୍ଥାତ ଏହି ଧୂଆଁ ୨୮ଶହ ବର୍ଗକିଲୋମିଟର କ୍ଷେତ୍ରଫଳ ଯାଏଁ ବ୍ୟାପିଛି । ଫଳରେ ଏହା ପ୍ରଭାବରେ ଅଧିକ ମାତ୍ରାରେ କାର୍ବନ ଡାଇଅକ୍ସସାଇଡ ସୃଷ୍ଟି ହେଉଛି । ଚଳିତ ବର୍ଷ ୨୨୮ ମେଗାଟନ କାର୍ବନ ଡାଇ ଅକ୍ସସାଇଡ ସୃଷ୍ଟି ହୋଇଛି । ୨୦୧୦ ପରେ ଏହାର ପରିମାଣ ଅଧିକ ରହିଛି । କାର୍ବନ ଡାଇଅକ୍ସସାଇଡ ସହ କାର୍ବନ ମନୋ ଅକ୍ସସାଇଡ ବି ସୃଷ୍ଟି ହେଉଛି । ଆଉ ଏହି ବିଷାକ୍ତ ବାୟୁ ଆମେରିକାର ସମୂଦ୍ର ଉପକୂଳବର୍ତ୍ତୀ ଅଂଚଳ ଯାଏଁ ମାଡିଗଲାଣି ।