ଏସିଆ କପ ହକି-୨୦୨୨। ବ୍ରୋଞ୍ଜ ପଦକ ହାତେଇଲା ଭାରତୀୟ ପୁରୁଷ ହକି ଦଳ ।

145

କନକ ବ୍ୟୁରୋ : ଭାରତୀୟ ପୁରୁଷ ହକି ଦଳ ଏସିଆ କପରେ ବ୍ରୋଞ୍ଜ ପଦକ ହାସଲ କରିଛି । ଇଣ୍ଡୋନେସିଆର ଜାକାର୍ତ୍ତାରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ଦଳ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି । ବ୍ରୋଞ୍ଜ ମେଡାଲ ମ୍ୟାଚରେ ଜାପାନକୁ ୧-୦ରେ ହରାଇ ପଦକ ହାସଲ କରିଛ ଦଳ । ତେବେ ଏହି ମୁକାବିଲାରେ ଜାପାନ ଦଳ ୭ଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ସୁଦ୍ଧା ଗୋଟିଏ ହେଲେ ମଧ୍ୟ ଗୋଲ ସ୍କୋର କରିପାରିନଥିଲା । ଅନ୍ତିମ ମିନିଟରେ ଭାରତୀୟ ଖେଳାଳୀ ୧୦ ଖେଳାଳୀଙ୍କ ସହ ଖେଳି ମଧ୍ୟ ଜାପାନ ଗୋଲ ସୁଝାଇପାରିନଥିଲା ।

ପ୍ରଥମ କ୍ୱାର୍ଟରରେ ଭାରତୀୟ ଖେଳାଳୀ ଗୋଲ ସ୍କୋର କରି ଦଳକୁ ଆଗୁଆ କରିଥିଲେ । ରାଜକୁମାର ପାଲ ଟିମ ପାଇଁ ଗୋଟିଏ ମାତ୍ର ଗୋଲ ଦେଇଥିଲେ । ଏହି ୧-୦ର ଲିଡକୁ ଆଗକୁ ନେଇଥିଲା । ଏହି ପ୍ରତିଯୋଗିତାର ଭାରତର ଏହା ଦ୍ୱିତୀୟ ବ୍ରୋଞ୍ଜ ପଦକ ।