ଆଦ୍ରିଜାଙ୍କ ଅଭିଯୋଗ : ପ୍ରତିକ୍ରିୟା ରଖିଲେ ସ୍ୱାମୀ ଅର୍କେଶ ସିଂହଦେଓ, କହିଲେ …

714

କନକ ବ୍ୟୁରୋ : ଆଦ୍ରିଜାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ସ୍ୱାମୀ ଅର୍କେଶ ସିଂହଦେଓ । କହିଲେ ବର୍ଷେ ହେବ ତାଙ୍କ ଭିତରେ ବିବାଦ ଆରମ୍ଭ ହୋଇଛି । ଘରୋଇ ହିଂସା ଭଳି ମିଛ ମାମଲା ତାଙ୍କ ନାଁରେ ଦିଆଯାଇଛି । ଡେରାଡୁନ୍ ତାଙ୍କ ନିଜ ଘରକୁ ତାଙ୍କୁ ଛାଡ଼ୁ ନାହାନ୍ତି । ଡେରାଡୁନ ସ୍ଥିତ ଘରେ ଆଦ୍ରିଜାଙ୍କ ବାପା, ମାଆ ଓ ଭଉଣୀ ରହୁଛନ୍ତି । ଘର ଲୋକଙ୍କ ନାଁରେ ମିଛ ମାମଲା କରିଛନ୍ତି ଆଦ୍ରିଜା । ୬ ମାସ ହେବ ମୁଁ ସେ ଘର ଛାଡ଼ି ଦେଇଛି । ୩ ଦିନ ତଳେ ଘରେ ଗୁଣ୍ଡା ପୁରାଇଥିଲେ ଆଦ୍ରିଜା । ଏସବୁ ଅଭିଯୋଗ କରି ଆଦ୍ରିଜା ଡ୍ରାମା କରୁଛନ୍ତି ବୋଲି କହିଛନ୍ତି ଅର୍କେଶ ।

ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଆଦ୍ରିଜାମଞ୍ଜରୀ । ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଉତରାଖଣ୍ଡ ଡେରାଡୁନ୍ ଥାନାରେ ଅଭିଯୋଗ କରିଛନ୍ତି ଆଦ୍ରିଜା । ପୋଲିସ ଏ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସେ ଉତରାଖଣ୍ଡ ଡିଜିପିଙ୍କୁ ଭେଟିଛନ୍ତି । ୨୦୧୭ ମସିହା ନଭେମ୍ବର ମାସରେ ଆଦ୍ରିଜାଙ୍କୁ ବିବାହ କରିଥିଲେ ଅର୍କେଶ ।

ଆଦ୍ରିଜା ହେଉଛନ୍ତି ପୂୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ । ୨୦୧୯ ନିର୍ବାଚନରେ ଅର୍କେଶ ବଲାଙ୍ଗିର ବିଧାନସଭା ଆସନ ପାଇଁ ଟିକେଟ୍ ପାଇବା ପରେ ଆଦ୍ରିଜା ତାଙ୍କ ପ୍ରଚାର ମଙ୍ଗ ଧରିଥିଲେ । ନିର୍ବାଚନରେ ଅର୍କେଶ ପରାସ୍ତ ହେବା ପରେ ଡେରାଡୁନ୍ରେ ଥିବା ଅନଙ୍ଗ ଉଦୟଙ୍କ ଘରେ ରହୁଥିଲେ ସ୍ୱାମୀ-ସ୍ତ୍ରୀ । ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ ଚାଲିଥିବା ବେଳେ ଗତ ବର୍ଷ ଅଗଷ୍ଟରୁ ଏପରି ନିର୍ଯାତନା ଆରମ୍ଭ ହୋଇଥିବା କହିଛନ୍ତି ଆଦ୍ରିଜା । ଏହା ସହ ସେ କହିଛନ୍ତି ମୂଳରୁ ଶାଶୂ ଶ୍ୱଶୂର- ଯାଆ-ଦେଢଶୂର ହଇରାଣ କରୁଥିଲେ । ତାଙ୍କ ମା’ଙ୍କ ଦେହ ଖରାପ ହୋଇଥିବାରୁ ସେ ଡେରାଡୁନ ଆସିଥିଲେ ।

ଏହି ସମୟରେ ଅର୍କେଶ ତାଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ । ଏପରିକି କ୍ୟାମେରା ଲଗାଇ ତାଙ୍କ ଉପରେ ନଜର ରଖୁଥିଲେ । ସେ ନିର୍ବାଚନ ପାଇଁ ଟିକେଟ୍ ମାଗୁଛନ୍ତି ଓ ଶହେ କୋଟି ଟଙ୍କା ମାଗୁଛନ୍ତି ବୋଲି ଅର୍କେଶ ଅଭିଯୋଗ କରିଛନ୍ତି । ଏହା ସହ ବିଭିନ୍ନ ମିଛ ଅଭିଯୋଗ ଆଣି ତାଙ୍କୁ ଧମକାଉଛନ୍ତି । ଏସଂପର୍କରେ ବଲାଙ୍ଗିର ପୋଲିସକୁ ଜଣାଇବା ପରେ ଏକ ଆପ୍ଲିକେସନ୍ ଦେବା ପାଇଁ କୁହାଯାଇଥିଲା । ହେଲେ ପୋଲିସ ତାଙ୍କୁ କୌଣସି ପ୍ରକାରେ ସାହାଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଆଦ୍ରିଜା ।