ସରକାରକୁ ବାଧୁଛି ଶଶିକଳା ସିଣ୍ଡ୍ରୋମ : ଅପରାଜିତାଙ୍କ ସହ ବିବାଦ ସୃଷ୍ଟି କରିବାକୁ ଶାସକ ଦଳ ପ୍ରୟାସ କରୁଛି କହିଲେ ଧର୍ମେନ୍ଦ୍ର ପ୍ରଧାନ

298

କନକ ବ୍ୟୁରୋ : ସରକାରକୁ ବାଧିଲା ଶଶିକଳା ସିଣ୍ଡ୍ରୋମ୍ । ତେଣୁ ସାଂସଦ ଅପରାଜିତା ଷଡଙ୍ଗୀ ଓ ମୋ ଭିତରେ ବିବାଦ ସୃଷ୍ଟି କରିବାକୁ ଶାସକ ଦଳ ପ୍ରୟାସ କରୁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ସାଂସଦ ଅପରାଜିତା ଷଡଙ୍ଗୀକୁ ଭଉଣୀ ବୋଲି କହିଛନ୍ତି ଧର୍ମେନ୍ଦ୍ର । ତାଙ୍କୁ ରାଜନୀତିକୁ ଆଣି ସେ ପ୍ରାର୍ଥୀ କରାଇଥିବା ମଧ୍ୟ କହିଛନ୍ତି । ଶଶିକଳା ସିଣ୍ଡ୍ରୋମରେ ରାଜ୍ୟ କି ଦେଶ ବଡ ହେବନି ।

ଆମେ ସମସ୍ତେ ଏକାଠି ହୋଇ ଓଡିଶାକୁ ଦେଶରେ ଏକ ନମ୍ବର କରିବାକୁ ପ୍ରୟାସ କରିବା ଉଚିତ । ନିକଟରେ ରାଜଧାନୀରେ ଥିବା କପିଳେଶ୍ୱର ମନ୍ଦିରକୁ ଏଏସଆଇ ଅଧିନକୁ ନେବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରଶିକ୍ଷାମନ୍ତ୍ରୀ । କିନ୍ତୁ ଏହା ପୂର୍ବରୁ ଭୁବନେଶ୍ୱର ସାଂସଦ କେନ୍ଦ୍ର ସଂସ୍ତୃତି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏ ନେଇ ଗେଜେଟ୍ ନୋଟିଫିକେସନ ପ୍ରକାଶ ପାଇଥିଲା । ଯାହାକୁ କଟାକ୍ଷ କରିଥିଲା ବିଜେଡି । ଆଉ କହିଥିଲା ଅପରାଜିତାଙ୍କଠୁ କେନ୍ଦ୍ରମନ୍ତ୍ରୀ ଶିକ୍ଷା ଲାଭ କରିବା ଉଚିତ ।