ଦ୍ୱିତୀୟ ରିମାଣ୍ଡ ଅବଧି ଶେଷ ପରେ ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା । ସେପଟେ ଶ୍ରଦ୍ଧାଞ୍ଜଳିଙ୍କୁ ଗିରଫ ନେଇ ଆଶଙ୍କା

91

କନକ ବ୍ୟୁରୋ: ମନି ଲଣ୍ଡ୍ରିିଂ ମାମଲାରେ ଶେଷ ହୋଇଛି ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି । ସୋମବାର ଇଡି ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରିବ । ତେବେ ତାଙ୍କୁ ଆଉ ରିମାଣ୍ଡରେ ଆଣିବାକୁ ଇଡି ଅବେଦନ କରିବ ନାହିଁ ବୋଳି ଜଣାପଡିଛି ।

ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଶନିବାର ୧୨ ଘଂଟା ଜେରା କରିଥିଲା ଇଡି । ପରେ ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ପଚରାଉଚରା କରାଯାଇଥିଲା । ଜେରା ସମୟରେ ଉଭୟ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ପରସ୍ପର ବିରୋଧରେ କିଛି ଟିପ୍ପଣୀ ଦେଇଥିବା ସୂଚନା ମିଳିଛି । ପୂର୍ବରୁ ଅର୍ଚ୍ଚନା ଗରିଫ ହୋଇଥିବା ବେଳେ ଏବେ ଶ୍ରଦ୍ଧାଞ୍ଜଳିଙ୍କୁ ଗିରଫ କରାଯାଇପାରେ ବୋଲି କୁହାଯାଉଛି ।