ମୁହଁ ଖୋଲିଲେ ଅର୍ଚ୍ଚନା । ମୋତେ କଳଙ୍କିତ କରନି, ମୁଁ ନିଦ୍ଦୋର୍ଷ ମୋତେ ଫଶାଇ ଦିଆଯାଇଛି । ୩୦ ମିନିଟର ସମୟ ଦିଅ, ସବୁ କିଛି ପ୍ରମାଣିତ କରିଦେବି ।

265

କନକ ବ୍ୟୁରୋ : ମୁହଁ ଖୋଲିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । କ୍ୟାପିଟାଲ ହସ୍ପିଟାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅଣାଯାଇଥିବା ବେଳେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ଅର୍ଚ୍ଚନା । ଆଉ ଏହାସହ ବିସ୍ଫୋରକ ବୟାନ ଦେଇ ଅର୍ଚ୍ଚନା କହିଛନ୍ତି, ଇଡି ତଦନ୍ତକୁ ଅପେକ୍ଷା କରିଥିଲି । ୩୦ ମିନିଟ୍ ଦିଅ ତଥ୍ୟ ଓ ପ୍ରମାଣ ସହ ସବୁ ପ୍ରମାଣିତ କରିଦେବି । ଯେତେବଡ ସଂସ୍ଥା ଆସୁ, ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି । ନେତା କି ମନ୍ତ୍ରୀ ମୁଁ ପ୍ରମାଣ ସହ ଦେବି । ମୁଁ ନିର୍ଦ୍ଦୋଷ ମୋତେ ଫସାଇ ଦିଆଯାଇଛି । ସମୟକୁ ଅପେକ୍ଷା କର, ମୋତେ କଳଙ୍କିତ କରନି ।

ଏହାସହ କମିଶନରେଟ ପୋଲିସ ଉପରେ ବର୍ଷିଛନ୍ତି ଅର୍ଚ୍ଚନା ନାଗ । ଅର୍ଚ୍ଚନା କହିଛନ୍ତି, ମୁଁ କଣ ଆତଙ୍କବାଦୀ ମୋତେ ଏମିତି ବ୍ୟବହାର କରୁଛ । ଇଡି କେଉଁଦିନ ତଦନ୍ତ କରିବ ତାହାକୁ ଅପେକ୍ଷା କରିଥିଲି । ଯେତେବଡ ସଂସ୍ଥା ଆସୁ, ତଦନ୍ତ ପାଇଁ ପ୍ରସ୍ତୁତ ଅଛି । ମୁହଁ ଖୋଲିଲେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ । ମୋତେ ଫସାଇ ଦିଆଯାଇଛି, କାହାକୁ ବି ଛାଡିବିନି । ମୁଁ ଜାଣିପାରୁନି କିଏ ମୋତେ ଫଶାଇଛି । ମୋ ହାତ ଚାପି ଧରିବା ସହ ପାଟି ବନ୍ଦ କରିଥିଲା ପୋଲିସ । ମୋ ୫ ବର୍ଷର ଛୁଆର ଲୁହ ପଡିଯିବ ବୋଲି କହିଛନ୍ତି ଅର୍ଚ୍ଚନା । ଆଜି ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଉ ଏହି ରିମାଣ୍ଡ ସମୟରେ ଅର୍ଚ୍ଚନାଙ୍କୁ ମାରାଥନ ଜେରା କରିବା ପରେ ଅନେକ କିଛି ତଥ୍ୟ ସାମ୍ନାକୁ ଆସିବ ।