ଶାହବାଜ ଶରିଫଙ୍କ ଇସ୍ତଫା ପରେ ନିଷ୍ପତ୍ତି, ଅନୱର ଉଲ୍ ହକ୍ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

175

କନକ ବ୍ୟୁରୋ : ପାକିସ୍ତାନରେ ନ୍ୟାନସାଲ ଆସେମବ୍ଲି ଭଙ୍ଗ ହେବା ପରେ ଏବେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିରୋଧୀଦଳର ନିର୍ବତମାନ ନେତା ରାଜା ରିୟାଜଙ୍କୁ ନ୍ୟାସନାଲ ଆସେମବ୍ଲି କହିଛି କି ଅନୱର ଉଲ୍ ହକ୍ କାକରଙ୍କୁ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତି ମୁତାବକ ଶାହବାଜ ଓ ନ୍ୟାସନାଲ ଆସେମବ୍ଲି ନିର୍ବତମାନ ବିରୋଧୀ ନେତା ରାଜା ରିୟାଜ ଅନୱର ଉଲ୍ ହକଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ସମ୍ବନ୍ଧରେ ରାଷ୍ଟ୍ରପତି ଓଲବୀଙ୍କୁ ପରାମର୍ଶ ପଠାଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଭବନ ବାହାରେ ରିୟାର ଏହି କଥା କହିଥିଲେ ।

ଇସ୍ତଫା ଦେବା ପରେ ଶାହବାଜ ଶରିଫ ଶୁକ୍ରବାର ଦିନ କହିଥିଲେ କି ଶନିବାର ସୁଦ୍ଧା ଅନ୍ତରୀଣ ପ୍ରଧାନମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇଯିବ । ଏହାସହ ରାଷ୍ଟ୍ରପତି ଆରିଫ ଓଲବୀ ଶାହବାଜ ଶରିଫ୍ ଓ ବିରୋଧୀଦଳଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଚୟନ ପାଇଁ ଶନିବାର ସୁଦ୍ଧା ନାମ ଦେବାକୁ ପ୍ରସ୍ତାବ ଦେଇଥିଲେ ।

ଶାହବାଜ ଶରିଫ ଓ ବିରୋଧୀଦଳ ନେତା ରିୟାଜଙ୍କୁ ରାଷ୍ଟ୍ରପତି ଆରିଫ ଓଲବୀ ସୂଚିତ କରିଥିଲେକି ଅନୁଚ୍ଛେଦ ୨୨୪(କ) କ୍ରମରେ ନ୍ୟାସନାଲ ଆସେମବ୍ଲି ଭଙ୍ଗ ହେବାର ୩ଦିନ ମଧ୍ୟରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ପାଇଁ ଜଣଙ୍କ ନାମ ପ୍ରସ୍ତାବ ଦେବାକୁ ପଡିବ ।

ହେଲେ ଶାହବାଜ କହିଛନ୍ତି କି ସମ୍ବିଧାନରେ ସଂସଦର ତଳ ସଦନ ନ୍ୟାସନାଲ ଆସେମବ୍ଲି ଭଙ୍ଗ ହେବା ପରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ନିଯୁ୍କ୍ତି ପାଇଁ ଆଠ ଦିନର ପ୍ରାବଧାନ ରହିଛି । ସମ୍ବିଧାନ ମୁତାବକ ନ୍ୟାସନାଲ ଆସେମବ୍ଲି ରେ ପ୍ରଧାନମନ୍ତ୍ରୀ ଓ ନିର୍ବତମାନ ବିରୋଧୀ ନେତାଙ୍କ ପାଖରେ ଅନ୍ତରୀଣ ପ୍ରଧାନମନ୍ତ୍ରୀଙ୍କ ନାମ ସ୍ଥିର କରିବା ନେଇ ୩ଦିନ ସମୟ ରହିଛି ।

ଯଦି ଉଭୟ କୌଣସି ଗୋଟିଏ ନାମରେ ସହମତ ହୋଇନପାରିନ୍ତି ତେବେ ଏହି ମାମଲା ସଂସଦୀୟ ସମିତି ପାଖକୁ ପଠାଯାଇଥାଲ । ଯଦି ସମିତି ନିଷ୍ପତ୍ତି ନେବାରେ ବିଫଳ ହୁଅନ୍ତି ତେବେ ନିର୍ବାଚନ ଆୟୋଗଙ୍କ ପାଖରେ ଯେଉଁ ନାମ ଉପସ୍ଥାପନ କରାଯିବ ସେ ସେମାନଙ୍କ ମଧ୍ୟରୁ ଜଣଙ୍କ ନାମ ୨ଦିନ ମଧ୍ୟରେ ଘୋଷଣା କରିପାରିବେ ।