ଆଉ ଏକ ଭିଡ଼ିଓ ଜାରି କଲେ ଅନୁଭବ । କହିଲେ, ମୁଁ…

237

କନକ ବ୍ୟୁରୋ : କିଛି ଦିନର ବ୍ୟବଧାନ ପରେ ପୁଣି ଆସିଲା ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ । ଗତକାଲି ବିଳମ୍ବିତ ରାତିରେ ସୋସିଆଲ ମିଡିଆ ୟୁଟ୍ୟୁବରେ ଆଉ ଏକ ନୂଆ ଭିଡିଓ ସେୟାର କରିଛନ୍ତି ଅନୁଭବ । ବର୍ଷାଙ୍କ ବିରୋଧରେ ସୋସିଆଲ ମିଡିଆରେ କିଛି ନକହିବା ପାଇଁ କୋର୍ଟ କଟକଣା ଲଗାଇଥିଲେ । ତେଣୁ ବର୍ଷାଙ୍କ ନାଁ ନନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅନୁଭବ ।

ସୋସିଆଲ ମିଡିଆ ୟୁଟ୍ୟୁବରେ ଆଉ ଏକ ଭିଡିଓ ସେୟାର କରିଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି । ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଏହି ଭିଡିଓ କରିଥିବା କହିଛନ୍ତି ଅନୁଭବ । ପରୋକ୍ଷରେ କଟାକ୍ଷ କରି କହିଛନ୍ତି, ବହୁତ ବୋଝ ନେଲିଣି । ଆଉ ଧୈର୍ଯ୍ୟନାହିଁ । କେବଳ ସେତିକି ନୁହେଁ ନିଜର ଏହି ଭିଡିଓରେ ସେ ଆହୁରି ମଧ୍ୟ କହିଛନ୍ତି – ମତେ ମାରିସାରିଲଣି । ମରିବାକୁ ନେଇ ଆଉ ମତେ ଡରାଅନାହିଁ ।

ସୋସିଆଲ ମିଡିଆରେ ପୁଣିଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଛୋଟ ଛୋଟ କଥା ଭିଡିଓ ଜରିଆରେ ବଖାଣିଛନ୍ତି ଅନୁଭବ । ନିଜ ନିତିଦିନିଆ ଜୀବନରେ ସେ କଣ କରୁଛନ୍ତି କିଭଳି କଟୁଛି ତାଙ୍କ ସମୟ ସେସବୁର ଟିକି ନିକ କଥା ଭିଡିଓ ଜରିଆରେ ସେୟାର କରିଛନ୍ତି । ହେଲେ ସିଧାସଳଖ ବର୍ଷାଙ୍କୁ ନେଇ କୌଣସି ଟିପ୍ପଣୀ କରି ନାହାଁନ୍ତି ।

ଅଭିନେତ୍ରୀ ବର୍ଷାଙ୍କୁ ନେଇ ଅନୁଭବ ପୂର୍ବରୁ କିଛି ଭିଡିଓ ସେୟାର କରିଥିଲେ । ଏହି ସବୁ ଭିଡିଓକୁ ନେଇ ଅନେକ ବିବାଦ ଦେଖିବାକୁ ମିଳିଥିଲା । ଏମିତିକି ଥାନାରେ ପହଁଚି ଅନୁଭବଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ ବର୍ଷା ପ୍ରିୟଦର୍ଶିନୀ । ଏହାପରେ ବର୍ଷାଙ୍କୁ ନେଇ କିଛି ବିବାଦୀୟ ଭିଡିଓ ସୋସିଆଲ ମିଡିଆରେ ସେୟାର ନକରିବାକୁ କୋର୍ଟ ଅନୁଭବଙ୍କୁ ତାଗିଦ୍ କରିଥିଲେ । ଆଉ ନିଜର ଏହି ନୂଆ ଭିଡିଓରେ ବର୍ଷାଙ୍କୁ ସିଧାସଳଖ ଟାର୍ଗେଟ କରି ନାହାଁନ୍ତି ଅନୁଭବ ।