ବେଶ ବଦଳାଇ ଫେରାର ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂ : ପଞ୍ଜାବ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ; କହିଲେ, କ’ଣ କରୁଥିଲେ ୮୦ ହଜାର ପୋଲିସ

214

କନକ ବ୍ୟୁରୋ : ବହୁରୂପୀ ଅମୃତପାଲ । ରୂପ ବଦଳାଇ ଫେରାର ହୋଇଗଲା ୱାରିସ୍ ପଞ୍ଜାବ ଦେ ସଂଗଠନର ମୁଖ୍ୟ ତଥା ଖାଲିସ୍ତାନ ସମର୍ଥକ ଅମ୍ରିତପାଲ ସିଂ । ଅମ୍ରିତପାଲଙ୍କ ଅଲଗା ଅଲଗା ବେଶ ଦେଖିବାକୁ ମିଳିଛି । ଅମୃତପାଲଙ୍କ ୭ଟି ନୂଆ ଓ ପୁରୁଣା ବେଶ ଜାରି କରିଛି ପୋଲିସ । ପୋଲିସକୁ ଚକମା ଦେଇ ରୂପ ବଦଳାଇ ବିଭିନ୍ନ ସ୍ଥାନରେ ରହୁଛି ଅମ୍ରିତପାଲ । ଫଳରେ ୫ ଦିନ ହେଲାଣି ଖୋଜି ବୁଲୁଛି ପୋଲିସ ।

ଅମ୍ରିତପାଲ ବିରୋଧରେ ଏନ୍ଏସ୍ଏ ବା ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଛି । ତାଙ୍କ ଏନ୍ଆରଆଇ ସ୍ତ୍ରୀ କିରଣଦୀପ କୌର ଏବଂ ପରିବାର ଲୋକଙ୍କ ବ୍ୟାଙ୍କ ଖାତା ଯାଂଚ କରିବା ସହ ସେମାନଙ୍କ ଗତିବିଧି ଓ ଅମୃତପାଲ ସହ କିପରି ଯୋଗାଯୋଗ କରୁଛନ୍ତି ତା ଉପରେ ନଜର ରଖାଯାଇଛି । ତଦନ୍ତ ପାଇଁ ଅମ୍ରିତପାଲଙ୍କ ୫୦୦ ନିକଟତମ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ବର୍ତମାନ ସୁଦ୍ଧା ୧୫୪ ଜଣଙ୍କୁ ଗିରଫ କରାଯାଇସାରିଲାଣି ।

ସେପଟେ ଅମ୍ରିତପାଲ ଫେରାର ହୋଇଯିବାର ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଅମ୍ରିତପାଲ ଏକ ଟୋଲଗେଟ ଦେଇ ଫେରାର ହେଉଥିବା ଦେଖିବାକୁ ମିଳିଛି । ଭିଡିଓ ୧୮ ମାର୍ଚ୍ଚର ବୋଲି କୁହାଯାଉଛି । ମାର୍ଚ୍ଚ ୧୮ରେ ଅପରାଧୀକୁ ଧରିବା ପାଇଁ ପଂଜାବ ପୁଲିସ ତା ଠିକଣାରେ ପହଁଚିବା ପୂର୍ବରୁ ସେ ଫେରାର ହୋଇଥିଲା ।

କିଛି କିଲୋମିଟର ପର୍ଯ୍ୟନ୍ତ ଅମ୍ରିତପାଲର କାରକୁ ପିଛା କରିିଥିଲା ପୁଲିସ । ତେବେ ରାସ୍ତାରେ ଚକମା ଦେଇ ଅମ୍ରିତପାଲ ଫେରାର ହୋଇଥିଲା । ପୁଲିସ ଏକଥା ମଧ୍ୟ କହିଛି ଅମ୍ରିତପାଲ ବେଶଭୂଷା ବଦଳାଇବା ସହ ଏକ ଗୁରୁଦ୍ୱାରାରେ ଲଙ୍ଗର ଖାଇଥିଲା ଓ ପରେ ମସିର୍ଡିଜ କାରରୁ ବ୍ରିଜା କାର ଓ ପରେ ବୁଲେଟରେ ବସି କୁଆଡେ ଫେରାର ହୋଇଥିଲା ।