କାଶ୍ମୀର ପ୍ରସଙ୍ଗରେ ଆମେରିକାର ବୟାନ୍ । କହିଲା ଏହା ଦେଶର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବ୍ୟାପାର, ଏଲଓସିରେ ଶାନ୍ତି ବଜାୟ ରଖୁ ଭାରତ ।

592

କନକ ବ୍ୟୁରୋ : ଜାମ୍ମୁକାଶ୍ମୀର ନେଇ ବଡ ନିଷ୍ପତି ସମ୍ପର୍କରେ ପାଂଚଟି ପ୍ରମୁଖ ଦେଶକୁ ଅବଗତ କରାଯାଇଛି । ଆମେରିକା, ଚୀନ, ଫ୍ରାନ୍ସ, ବ୍ରିଟେନ ଓ ଋଷକୁ ନିଷ୍ପତି ନେଇ ଜଣାଇଛି ଭାରତ । ଏଥିସହ ପ୍ରାୟ ୨୦ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ମଧ୍ୟ ଏହି ଐତିହାସିକ ନିଷ୍ପତି ବାବଦରେ ଜଣାଇଦିଆଯାଇଛି । ଭାରତ ଏସମ୍ପର୍କରେ ଜଣାଇଥିବା କଥା ଆମେରିକା ବି ସ୍ୱୀକାର କରିଛି ।

ଆମେରିକା ଗୃହ ବିଭାଗର ମୁଖପାତ୍ର ମୋର୍ଗାନ କହିଛନ୍ତି ଭାରତ କାଶ୍ମୀର ସମ୍ପର୍କରେ ନେଇଥିବା ନିଷ୍ପତି ଏହାର ଆଭ୍ୟନ୍ତରୀଣ ବ୍ୟାପାର । ହେଲେ କାଶ୍ମୀରରେ ଯେମିତି ବ୍ୟକ୍ତିଗତ ସ୍ୱାଧୀନତା କ୍ଷୁର୍ଣ୍ଣ ନହୁଏ ଓ ଏଲଓସିରେ ଶାନ୍ତି ବଜାୟ ରୁହେ ସେ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛି ଆମେରିକା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋର୍ଗାନଙ୍କ ଏହି ପ୍ରତିକ୍ରିୟାରେ କିନ୍ତୁ ପାକିସ୍ତାନର ଉଦବେଗ ସମ୍ପର୍କରେ କିଛି ବି ଉଲ୍ଲେଖ ନାହିଁ ।