ଚୀନର ଗୁଇନ୍ଦା ବେଲୁନ ଉପରେ ଆମେରିକାର କାର୍ଯାନୁଷ୍ଠାନ । ସ୍ପାଏ ବେଲୁନକୁ ମିସାଇଲ ମାଡ କରି ଖସାଇ ଦେଲା ଆମେରିକା

154

କନକ ବ୍ୟୁରୋ : ଚୀନର ଗୁଇନ୍ଦା ବେଲୁନ ଉପରେ ଆମେରିକାର କାର୍ଯାନୁଷ୍ଠାନ । ଆକାଶରେ ଉଡୁଥିବା ସ୍ପାଏ ବେଲୁନକୁ ମିସାଇଲ ମାଡ କରି ଖସାଇ ଦେଇଛି ଆମେରିକା । ଏହି ଗୁଇନ୍ଦା ବେଲୁନଟି ଏବେ ଖଣ୍ଡ ଖଣ୍ଡ ହୋଇ ଆଟଲାଂଟିକ ସମୁଦ୍ରରେ ପଡିଛି । ଆମେରିକାର ଏୟାର ଫୋର୍ସ ଏହି ଗୁଇନ୍ଦା ବେଲୁନଟିକୁ ଉଡାଇ ଦେଇଛି । ଯାହାର ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି । କୁହାଯାଉଥିଲା ଆମେରିକା ଆକାଶରେ ବେଲୁନ ଉଡାଇ ଗୁଇନ୍ଦା ଗିରି କରୁଥିଲା । ଫେବୃଆରୀ ୧ରେ ଆମେରିକାର ପଶ୍ଚିମ ପ୍ରାନ୍ତରେ ଏହି ଗୁଇନ୍ଦା ବେଲୁନ ଉଡୁଥିବା ଦେଖିବାକୁ ମିଳିଥିଲା । ପରେ ଏହାକୁ ନେଇ ପେଂଟାଗନ ଅଫିସରେ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା ।

ତେବେ ଆମେରିକା ଆକାଶରେ ଉଡୁଥିବା ଚୀନର ଏହି ବେଲୁନକୁ ଉଡାଇବାକୁ ଏତେ ସହଜ ନଥିଲା । କାରଣ ଚୀନର ଏହି ବେଲୁନରେ ସେନସର ସହିତ ଅନେକ କିଛି ସକ୍ରିୟ ରହିଥିଲା । ତେଣୁ ହଠାତ୍ ବେଲୁନଟିକୁ ଉଡାଇବାକୁ ଚେଷ୍ଟା କଲେ ବଡ ବିସ୍ପୋରଣ ହେବାର ସମ୍ଭାବନା ମଧ୍ୟ ଥିଲା । ତେଣୁ ଆମେରିକାର ଏୟାରଫୋର୍ସ ଏଫ-୨୨ ଫାଇଟର ଜେଟ ଲଗାଇ ଉଡାଇ ଦେଇଛି । ଏହି ସ୍ପାଏ ବେଲୁନଟି ୫୮ ହଜାର ଫୁଟ ଉଚ୍ଚରେ ଉଡୁଥିଲା ।