ବଜେଟରୁ ଆଶା : ନିର୍ବାଚନୀ ବର୍ଷରେ ସମସ୍ତଙ୍କୁ ଖୁସ କରିବାକୁ ପ୍ରୟାସ ହେବ; କାହାକୁ ମିଳିବ ଅଧିକ ଗୁରୁତ୍ୱ ?

263

କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ ପ୍ରୟାସ କରିପାରନ୍ତି । ବିଶେଷକରି…

ନିର୍ବାଚନୀ ବର୍ଷରେ
ସମସ୍ତଙ୍କୁ ଖୁସ କରିବାକୁ ପ୍ରୟାସ ହେବ

– ମୋଦୀ ସରକାରଙ୍କୁ ଧନୀ ଓ ଶିଳ୍ପପତିଙ୍କ ସରକାର ବୋଲି କୁହାଯାଉଛି
– ଗୁଜରାଟରେ ବିଜୟ କିନ୍ତୁ ହିମାଚଳରେ ପରାଜୟର ସାମ୍ନା କରିବାକୁ ପଡିଛି
– ଦିଲ୍ଲୀ ଏମସିଡି ନିର୍ବାଚନ ଓ ଏକାଧିକ ଉପ-ନିର୍ବାଚନରେ ବି ହାରିଛି ବିଜେପି
– ୨୦୨୩ରେ ୯ଟି ରାଜ୍ୟରେ ହେବାର ଅଛି ବିଧାନସଭା ନିର୍ବାଚନ
– ତେଣୁ ସବୁ ବର୍ଗରେ ନିଜର ଛବି ସୁଧାରିବାକୁ ବଜେଟରେ ପ୍ରୟାସ ହୋଇପାରେ
– ଚାଷୀ, ଦିନମଜୁରିଆ, ଯୁବକ, ଛାତ୍ର ଓ ମଧ୍ୟଭିତ୍ତଙ୍କୁ ଖୁସି କରିବାକୁ ହେବ
– ଅର୍ଥନୀତିକୁ ଗତି ଦେବା ସହ ଜନହିତକାରୀ ଯୋଜନାକୁ ଫୋକସ ଦିଆଯାଇପାରେ

ମଧ୍ୟବିତ୍ତ

– ମଧ୍ୟବିତ୍ତ ଆୟକର ଦେଉଥିବା ବେଳେ ଅଧିକ ବୋଝ ସହୁଛନ୍ତିି
– ପେଟ୍ରୋଲ, ଡିଜେଲରୁ ଆରମ୍ଭ କରି ଖାଇବା ତେଲ ମହଙ୍ଗା ହୋଇଛି
– ପ୍ୟାକେଟ୍ ଖାଦ୍ୟରେ ଜିଏସଟି ବଢାଇ ଆହୁରି ମହଙ୍ଗା ବୋଝ ବଢାଇଛନ୍ତି ସରକାର
– ଗୃହଋଣକୁ ମହଙ୍ଗା କରି ଆହୁରି ବୋଝ ଲଦି ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ
– ତେଣୁ ଚଳିତ ବଜେଟ୍ରେ ମଧ୍ୟଭିତ୍ତଙ୍କୁ ଆଶ୍ୱସ୍ତି ଦେବାପାଇଁ ଘୋଷଣା ସମ୍ଭାବନା
– ମଧ୍ୟଭିତ୍ତଙ୍କୁ ଆୟକର ରିହାତି ମିଳିଲେ ଖର୍ଚ୍ଚ ବଢିବ ଓ ଅର୍ଥନୀତିକୁ ଗତି ମିଳିବ

କୃଷି

– ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨ ଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ସରକାର
– ଚାଷୀଙ୍କ ଆୟ ୨ ଗୁଣା ହୋଇନାହିଁ, କେବଳ ଇନପୁଟ୍ ସବସିଡି ଦେଢଗୁଣା ହୋଇଛି
– ଛୋଟ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଦେଉଛି କେନ୍ଦ୍ର
– କୃଷି ଯନ୍ତ୍ରପାତି ଉପରେ ୨.୫%ରୁ ୨୮% ଯାଏଁ ଜିଏସଟି ଆଦାୟ ହେଉଛି
– ହ୍ୟାଣ୍ଡପମ୍ପ, ଔଷଧ ସିଂଚନ ମେସିନ୍, ପାୱାର ଟିଲର ଓ ଅନ୍ୟ ଉପକରଣରେ ଲାଗୁଛି ଜିଏସଟି
– ଏସବୁ ସାମଗ୍ରୀ ଉପରୁ ଜିଏସଟି ଦର କମ୍ କରିବାକୁ ବିଭିନ୍ନ ସମୟରେ ଦାବି ହୋଇଆସୁଛି
– ୨୦୨୧ରେ ୧.୨୪ କୋଟି ଓ ୨୦୨୨ରେ ୧.୪ କୋଟି ବ୍ୟୟବରାଦ କରାଯାଇଥିଲା
– ଚଳିତ ବଜେଟ୍ରେ ମୋଦୀ ସରକାର ବ୍ୟୟବରାଦ ୨୦ରୁ ୨୫% ବଢାଇବାକୁ ଦାବି
– ଦେଶରେ ବ୍ୟବହାର ହେଉଥିବା ମୋଟ୍ ବିଜୁଳିର ୨୦% କୃଷି କ୍ଷେତ୍ରରେ ଲାଗୁଛି
– ଗ୍ରୀନ ଏନର୍ଜି ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଘୋଷଣା ହୋଇପାରେ ଇନସେନଟିଭ
– ହାଇଡ୍ରୋଇଲେକଟ୍ରିକ୍, ୱିଣ୍ଡ ପାୱାର ଓ ସୋଲାର ଏନର୍ଜିକୁ ମିଳିପାରେ ପ୍ରୋତ୍ସାହନ
– ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କିଛି ବଡଧରଣର ପରିବର୍ତ୍ତନ କରାଯିବା ସମ୍ଭାବନା
– ଚାଷୀ ଆନ୍ଦୋଳନ ଫଳରେ ୩ଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ହୋଇଥିଲା
– ଚଳିତ ବଜେଟ୍ରେ କୃଷି ଉପରେ ନିର୍ଭରଶୀଳ ୬୦%ଙ୍କ ପାଇଁ ବଡ ଘୋଷଣା ସମ୍ଭାବନା

ଭିତ୍ତିଭୂମି

– ୨୦୨୨-୨୩ରେ ସରକାରଙ୍କ କ୍ୟାପିଟାଲ ଏକ୍ସପେଣ୍ଡିଚର ଥିଲା ୭.୫ ଲକ୍ଷ କୋଟି
– ଫଳରେ ଦେଶରେ ବିଶ୍ୱସ୍ତ୍ରରୀୟ ଭିତ୍ତିଭୂମି ନିର୍ମାଣ କରା ଯାଇପାରିବ
– ଚଳିତବର୍ଷ ମଧ୍ୟ ସରକାର ଭିତ୍ତିଭୂମି ପାଇଁ ବ୍ୟପାକ ବ୍ୟୟବରାଦ କରିବା ଚର୍ଚ୍ଚା
– ଫଳରେ ଅର୍ଥନୀତିକୁ ଗତି ମିଳିବ ଓ ରୋଜଗାରର ଅବସର ସୃଷ୍ଟି ହେବ
– ରେଳ ଓ ସଡକ ସହ ବନ୍ଦର ଭିତ୍ତିଭୂମି ପାଇଁ ସରକାର ଅଧିକ ବ୍ୟୟ କରିପାରନ୍ତି
– ଅଧିକ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ପାଇଁ ସରକାର ଘୋଷଣା କରିପାରନ୍ତି
– ମେଟ୍ରୋ ଟ୍ରେନ୍ ସହ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଉପରେ ଗୁରୁତ୍ୱ ଦିଆଯାଇପାରେ
– ଅଧିକ ଷ୍ଟେସନ ପ୍ରତିଷ୍ଠା ଓ ଷ୍ଟେସନ ଆଧୁନିକୀକରଣକୁ ଗୁରୁତ୍ୱ ଦେଇପାରନ୍ତି

ଶିକ୍ଷା

– ୧୯୬୪-୬୬ ଶିକ୍ଷା ଆୟୋଗଙ୍କ ସୁପାରିସ ଥିଲା ଶିକ୍ଷାରେ ଜିଡିପିର ୬% ଖର୍ଚ୍ଚ କରାଯାଉ
– ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ରେ ଏହି ଦିଗରେ ତମାମ୍ ପଦକ୍ଷେପ ନିଆଯାଉଛି
– ତଥାପି ବର୍ତମାନ ଦେଶର ଶିକ୍ଷା ବଜେଟ୍ ଧାର୍ଯ୍ୟ ଲକ୍ଷ୍ୟର ଅଧାରୁ ବି କମ୍ ରହିଛି
– ତେଣୁ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ଅଧିକ ବ୍ୟୟବରାଦ କରିପାରନ୍ତି ସରକାର
– ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସେବା ଉପରୁ ଜିଏସଟି କମାଇ ଏହି କ୍ଷେତ୍ରକୁ ଦେଇପାରନ୍ତି ପ୍ରୋତ୍ସାହନ
– ଚଳିତ ବଜେଟ୍ରେ ଶିକ୍ଷା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ଅଧିକ ବ୍ୟୟବରାଦ କରାଯାଇପାରେ
– ସର୍ବ ଶିକ୍ଷା ଅଭିଯାନ ଏବଂ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଅଧିକ ଅର୍ଥ ବରାଦ ସମ୍ଭାବନା
– ଗତ ବଜେଟ୍ରେ ଘୋଷଣା ହୋଇଥିବା ଡିଜିଟାଲ ବିଶ୍ୱବିଦ୍ୟାଳୟକୁ କାର୍ଯ୍ୟକାରୀ କରାଯିବ

ନୂଆ ଯୋଜନା

– ଘୋଷଣା ହୋଇପାରେ ଅଧିକ ପ୍ରଡକ୍ସନ ଲିଙ୍କଡ ଇନସେନଟିଭ ସ୍କିମ୍
– କିଛି କ୍ଷେତ୍ରରେ ନିବେଶକୁ ଆକର୍ଷିତ କରିବା ପାଇଁ ଆସିପାରେ ଘୋଷଣା
– ପ୍ରତିରକ୍ଷାରେ ମେକ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବାକୁ ଆସିପାରେ ଇନସେନଟିଭ
– ଫଳରେ ପ୍ରତିରକ୍ଷା କ୍ଷେତ୍ରରେ ନିର୍ମାଣକୁ ପ୍ରୋତ୍ସାହନ ମିଳିବ ଓ ରୋଜଗାର ବଢିବ
– ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ନୂଆ ଯୋଜନା ଆସିପାରେ
– ଭୋଟରଙ୍କୁ ଆକୃଷ୍ଟ କଲା ଭଳି ଜନହିତକାରୀ ଯୋଜନା ଘୋଷଣା ସମ୍ଭାବନା ରହିଛ