ବଜେଟ୍ ୨୦୨୩ : ବଦଳିବ କି ଆୟକର ଛାଡ଼ ସୀମା?

147

କନକ ବ୍ୟୁରୋ : ନିର୍ମଳାଙ୍କ ବଜେଟରୁ ମଧ୍ୟବିତଙ୍କୁ ମିଳିବ କି ଆଶ୍ୱସ୍ତି ? ବର୍ତ୍ତମାନ ୨.୫ ଲକ୍ଷ ଯାଏଁ ବାର୍ଷିକ ଆୟ ଉପରେ ଟିକସ ନାହିଁ । ବାର୍ଷିକ ଅଢେଇ ଲକ୍ଷରୁ ୫ ଲକ୍ଷ ଯାଏଁ ଆୟ ଉପରେ ୫% ଟିକସ । ସର୍ବନିମ୍ନ ଆୟକର ଛାଡ ସୀମା ୫ ଲକ୍ଷକୁ ବୃଦ୍ଧି କରିବାକୁ ଦାବି ରହିଛି । ୮୦-ସିରେ ଆୟକରଦାତାଙ୍କୁ ଦେଢ ଲକ୍ଷ ଯାଏଁ ରିହାତି ମିଳୁଛି । ଏହି ସୀମା ବୃଦ୍ଧି କରିବାକୁ ବହୁ ଦିନରୁ ହୋଇଆସୁଛି ଦାବି ।

୧୬-ଏରେ ୫୦ ହଜାର ଯାଏଁ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ମିଳୁଛି । ଏହାକୁ ୭୫ ହଜାର ଯାଏଁ ନିର୍ମଳା ସୀତାରମଣ ବୃଦ୍ଧି କରିପାରନ୍ତି । ରିଟାୟାରମେଣ୍ଟ ପ୍ଲାନ ପାଇଁ ମିଳୁଛି ୫୦ ହଜାର ଟଙ୍କାର ରିହାତି । ୮୦-ସିସିଡି(୧-ବି)ରେ ରିହାତି ସୀମା ୧ ଲକ୍ଷ କରିବାକୁ ଦାବି । ୮୦-ଡିରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ପାଇଁ ୨୫ ହଜାର ଯାଏଁ ରିହାତି । ଏହି ସୀମାକୁ ୫୦ ହଜାର ଯାଏଁ ସରକାର ବୃଦ୍ଧି କରିପାରନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୀମା ୭୫ ହଜାର ହୋଇପାରେ ।