ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନରେ ବିଳମ୍ବ : ଯନ୍ତ୍ର ଚାଳିତ ବୋଟ୍ ଓ ମାଛ ଧରା ଜାଲର ମାଡରେ କୂଳକୁ ଆସୁନାହାନ୍ତି କଇଁଛ

48

କନକ ବ୍ୟୁରୋ :  ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନରେ ବିଳମ୍ବ । ଅସ୍ତରଙ୍ଗ ଦେବୀ ମୁହାଣରେ ନିଷିଦ୍ଧାଂଚଳରେ ଅବାଧ ଯନ୍ତ୍ରଚାଳିତ ବୋଟ ଓ ମାଛ ମରା ଜାଲ ପଡୁଥିବାରୁ ଚଳିତ ବର୍ଷ କଇଁଛଙ୍କ ଅଣ୍ଡାଦାନରେ ବିଳମ୍ବ ହୋଇଥିବା ଆଶଙ୍କା କରାଯାଉଛି । ଗତବର୍ଷ ଏହି ସମୟରେ ବହୁ ଅଲିଭ ରିଡଲେ କଇଁଛ ଅଣ୍ଡା ଦେଇଥିବା ବେଳେ ଚଳିତ ବର୍ଷ ଏଯାଏ ଗୋଟିଏ ବି ଅଣ୍ଡା ନାହିଁ । କଇଁଛ ଅଣ୍ଡାଦେବାକୁ ଆସୁଥିବା ବେଳେ ଜାଲରେ ମାଡ ହୋଇ ଫେରିଯାଉଥିବା ମାନିଛନ୍ତି ମତ୍ସଜୀବୀ ।

ବନବିଭାଗ ଜଣାତରେ ଅସ୍ତରଙ୍ଗ ଦେବୀ ମୁହାଣରେ ଖୁଲମଖୁଲା ଏହି କାମ ଚାଲିଛି । ନିଶିଦ୍ଧାଂଚଳର ୫୦ ମିଟର ମଧ୍ୟରେ ସମୁଦ୍ର ଢେଉ ଉପରେ ମାଛ ମରା ବୋଟ ଚଳାଚଳ ଓ ୫ କିଲୋମିଟର ବ୍ୟାପି ଜାଲ ବିଛାଯାଉଛି । ପୁରୀ ଡିଏଫଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ଦହ ମତ୍ସଜୀବୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ମତ୍ସଜୀବୀ ଓ ବନବିଭାଗ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଖୁଲମଖୁଲା ବେଆଇନ ଭାବେ ଯନ୍ତ୍ରଚାଳିତ ବୋଟ ଚଳାଚଳ ଓ ଜାଲ ପଡୁଥିବା ଅଭିଯୋଗ ହୋଇଛି ।