ଡ୍ରୋନ୍ ଆକ୍ରମଣରେ ଅଲ୍-କାଏଦାର ମୁଖ୍ୟ ଅଲ୍-ଜୱାହିରି ମୃତ। ଦୁଇ ମାସ ପୂର୍ବରୁ ନିପାତ ପାଇଁ ଆମେରିକା ଚଳାଇଥିଲା ଅପରେସନ। 

92

କନକ ବ୍ୟୁରୋ: ସେପ୍ଟେମ୍ବର ୧୧, ୨୦୦୧  । ଆମେରିକା ଉପରେ ଆକ୍ରମଣ କରିଥିଲା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା । ଆଉ ଏହି ଆକ୍ରମଣରେ ପାଖାପାଖି ୩ ହଜାର ଲୋକ ପ୍ରାଣ ହରାଇଥିଲେ । ଏହି ଆକ୍ରମଣ ପଛରେ ଅନ୍ୟତମ ପ୍ରମୁଖ ଖଳନାୟକ ଥିଲା ଅଲ ଜୱାହିରି । ଅଲ କାଏଦାର ପ୍ରମୁଖ ଓସାମା ବିନ୍ ଲାଡେନକୁ ଆମେରିକା ନିପାତ କରିବା ପରେ ଟାର୍ଗେଟରେ ଥିଲା ଜୱାହିରି । ଯାହାକୁ ଆମେରିକା ଏୟାର ଷ୍ଟ୍ରାଇକ ଯୋଗେ ନିପାତ କରିଛି । ଏହା ପୂର୍ବରୁ ଜୱାହିରି ବାବଦରେ ସୂଚନା ଦେଲେ ୨୫ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା ଆମେରିକା । ରାଷ୍ଟ୍ରପତି ଜୋ ବାଇଡେନ୍ ଟ୍ୱିଟ୍ କରି ଏପରି ଏନକାଉଣ୍ଟରକୁ ‘ନ୍ୟାୟ’ ବୋଲି ଉଲ୍ଲେଖ କରିଛନ୍ତି ।

ଶନିବାର ତାଙ୍କ ନିର୍ଦ୍ଦେଶରେ ଆଫଗାନିସ୍ତାନର କାବୁଲରେ ଆମେରିକା ସଫଳତାର ସହ ଏୟାରଷ୍ଟ୍ରାଇକ୍ କରି ଅଲକାଏଦା ନେତା ଆୟମାନ ଅଲ ଜୱାହିରିକୁ ନିପାତ କରିଛି । ଉଚିତ ନ୍ୟାୟ ହୋଇଛି ବୋଲି ବାଇଡେନ୍ କହିଛନ୍ତି । ଯେଉଁମାନେ ଦେଶର କ୍ଷତି କରିବାକୁ ଚାହୁଁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ସଂକଳ୍ପବଦ୍ଧ ବୋଲି କହିଛନ୍ତି । ଏପରି କହି ଆମେରିକାକୁ ବିପଦ ଥିବା ସଂଗଠନକୁ ଚେତାବନୀ ଦେଇଛନ୍ତି ବାଇଡେନ୍ ।

କେନିଆରେ ଥିବା ଆମେରିକା ଦୂତାବାସ ନିକଟରେ ୧୯୯୮ରେ ସିରିଜ ବିସ୍ଫୋରଣ, ୨୦୦୦ରେ ୟୁଏସଏସ କୋଲ ଆଟାରେ ଆମେରିକାର ନୌସେନା ଉପରେ ଆକ୍ରମଣ, ୨୦୦୭ରେ ପାକିସ୍ତାନରେ ଘୃଣାଭାବ ସୃଷ୍ଟି କରିଥିଲା ଅଲ ଜୱାହିରି । କିନ୍ତୁ ୨୦୧୧ରେ ଅଲ କାଏଦା ମୁଖ୍ୟ ଓସାମା ବିନ୍ ଲାଡେନ ନିପାତ ପରେ ଏହି କୁଖ୍ୟାତ ଆତଙ୍କବାଦୀ ସଂଗଠନ କ୍ରମଶଃ ଦୁର୍ବଳ ହୋଇଥିଲ।।

ଆଫଗାନିସ୍ତାନରୁ ଆମେରିକା ନିୟନ୍ତ୍ରଣ ହଟାଇବା ପରେ ଅଲକାଏଦା ସଂଗଠନକୁ ମଜବୁତ କରିବାକୁ ଯୋଜନା କରିଥିଲା ଅଲ ଜୱାହିରି । ଦୀର୍ଘ ବର୍ଷ ହେବ ଜୱାହିରି ଲୁଚି ରହିଥିଲା । ତାକୁ ଖୋଜିବାକୁ ଅନେକ ଗୁଇନ୍ଦା ସୂଚନା ଉପରେ ଆମେରିକା ନିର୍ଭର କରୁଥିଲା । ଯେଉଁ ଘର ବାଲୋକୋନୀରେ ବୁଲୁଥିବା ବେଳେ ଜୱାହିରିକୁ ହତ୍ୟା କରାଯାଇଛି ଏହି ଘରର ମାଲିକ ସିରାଜୁଦ୍ଦିନ ହକ୍କାନୀ  । ଯିଏକି ତାଲିବାନର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ନିକଟତମ ବୋଲି ଜଣାପଡିଛି ।