ଭୁବନେଶ୍ୱର ଏମ୍ସରୁ କାଶ୍ମୀର ଛାତ୍ର ନିଖୋଜ୍ । ୧୫ ଦିନ ହେଲା ଟେର ପାଉନି ପୋଲିସ, ସନ୍ଦେହ ବଢାଇଲା ରୁମରୁ ମିଳିଥିବା ହାତଲେଖା ଚିଠି

37

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସରୁ କାଶ୍ମୀର ଛାତ୍ର ନିଖୋଜ୍ । ୧୫ ଦିନ ହେଲା ମିଳୁନି ଡାକ୍ତରୀ ଛାତ୍ରଙ୍କ ଟେର । ଚଣ୍ଡିଗଡ଼ ଯାଉଥିବା କହି ଆଉ ଫେରି ନାହାଁନ୍ତି ଏମ୍ସ ଛାତ୍ର ସୋହେଲ । ଏନେଇ ଖଣ୍ଡଗିରି ଥାନାରେ ରିପୋର୍ଟ ହୋଇଥିବା ବେଳେ ତନାଘନା ଆରମ୍ଭ କରିଛି ପୁଲିସ । ପୁଲିସ ସୂଚନା ଅନୁସାରେ କୋଲକତାଠାରେ ତାଙ୍କ ମୋବାଇଲ ବନ୍ଦ ହୋଇଛି । ଗୋଟିଏ ପଟେ ପୁଲିସ୍ ସୋହେଲଙ୍କ ଟେର ପାଉନଥିବା ବେଳେ ନିଖୋଜ୍ ଘଟଣାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି ।

aiimsସୋହେଲ୍ ଏଜାଜ୍ । ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ର । ଘର କାଶ୍ମିରୀ କୋପାନା ଜିଲ୍ଲାର ଚୌକିବାଲ୍ ଅଂଚଳର ମର୍ସାରୀ ଗ୍ରାମରେ । ସୋହେଲ ଭୁବନେଶ୍ୱରର ଏମସରେ ଦ୍ୱିତୀୟ ବର୍ଷର ଏମବିବିଏସ ଛାତ୍ର । ୨ ସପ୍ତାହ ପୁର୍ବରୁ ଫେବୃୟାରୀ ୯ ତାରିଖରୁ ନିଖୋଜ ହୋଇଗଲେ ସୋହେଲ୍ । ଚଣ୍ଡିଗଡରେ ବାହାଘର ଅଛି କହି ହଷ୍ଟେଲରୁ ବାହାରକୁ ଗଲେ କିନ୍ତୁ ଆଉ ଫେରିଲେ ନାହିଁ । ତେବେ ସୋହେଲଙ୍କ ହଷ୍ଟଲ ରୁମରୁ ତାଙ୍କ ହାତଲେଖା ଚିଠି ପୁଲିସ ହାତରେ ଲାଗିଛି । ଏଥିରେ ସୋହେଲ ଲେଖିଥିଲେ ୧୭ ତାରିଖ ସଂଧ୍ୟାରେ ଫେରି ଆସିବେ । ହେଲେ ନଫେରିବାରୁ କେଲଜ ତରଫରୁ ଖଣ୍ଡଗିରି ଥାନାରେ ରିପୋର୍ଟ ଦିଆ ଯାଇଥିଲା ।

କାଶ୍ମୀରରୁ ଆସି ଭୁବନେଶ୍ୱର ଏମସରେ ପାଠ ପଢୁଥିବା ଏହି ଡାକ୍ତରୀ ଛାତ୍ରଙ୍କୁ ପୁଲିସ ଖୋଜିବା ପାଇଁ ଯେତିକି ତନାଘନା କରୁଛି – ସେତିକି ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ମୋବାଇଲ କଲ୍ ଟ୍ରାକିଙ୍ଗରୁ ଜଣା ପଡିଛି କୋଲକାତାର ହାଓଡା ଠାରେ ତାଙ୍କ ମୋବାଇଲ ବନ୍ଦ ରହିଛି । ହାଓଡାରୁ ସେ କୁଆଡେ ଯାଇଛନ୍ତି ତାର କିଛି ପତା ମିଳୁନି । ତେବେ ହାଓଡାରୁ ସୋହେଲ କୁଆଡେ ଯାଇଇଥାଇ ପାରନ୍ତି ସେନେଇ, କୋଲକାତା ପୁଲିସ ସହ ଯୋଗାଯୋଗରେ ଅଛି ଓଡିଶା ପୁଲିସ । ମିଳିଥିବା ସୂଚନାନୁସାରେ, ହାଓଡା ଷ୍ଟେସନରେ ସିସିଟିଭି ଫୁଟେଜର ଯାଂଚ ଚାଲିଛି । ଆଉ ସିସିଟିଭି ଫୁଟେଜ ଆସିବା ପରେ ତଦନ୍ତ ଆଗକୁ ବଢିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।