ବନ୍ଦ ହେବ ୮୦୦ ଇଞ୍ଜିନିୟରିଙ୍ଗ୍ କଲେଜ୍ !

49

କନକ ବ୍ୟୁରୋ : ବନ୍ଦ ହେବ ୮୦୦ ଇଞ୍ଜିନିୟରିଙ୍ଗ୍ କଲେଜ୍ । ବାଙ୍ଗାଲୋରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ସୂଚନା ଦେଇଛନ୍ତି ଏଆଇସିଟିଇର ଅଧ୍ୟକ୍ଷ ଦତାତ୍ରୟ ସହସ୍ରବୁଦ୍ଧି । ସେ କହିଛନ୍ତି ପ୍ରତିବର୍ଷ ଆଡମିସନ୍ କମିବା କାରଣରୁ ଅନେକ କଲେଜର ସିଟ୍ ଖାଲି ପଡୁଛି । ତେଣୁ ଖାଲି ପଡୁଥିବା ସେହି କଲେଜ ଗୁଡିକୁ ବନ୍ଦ୍ କରିବାକୁ ଏଆଇସିଟିଇ ଚାହୁଁଛି । ସେ କହିଛନ୍ତି ଅଲଇଣ୍ଡିଆ କାଉନସିଲ୍ ଅଫ୍ ଟେକନିକାଲ୍ ଏଜୁକେସନର ନିୟମାବଳୀ ଯୋଗୁଁ ପ୍ରତିବର୍ଷ ପ୍ରାୟ ୧୫୦ଟି କଲେଜ ସ୍ୱଛାକୃତ ଭାବେ ବନ୍ଦ ହୋଇଯାଉଛିି । ନିୟମାବଳୀ ଅନୁସାରେ ଉପଯୁକ୍ତ ଭିତିଭୂମି ନଥିବା କଲେଜ ଏବଂ ଲଗାତାର ଭାବେ ୫ବର୍ଷ ଧରି ୩୦ପ୍ରତିଶତ ଆଡମିସନ୍ ହେଉ ନଥିବା କଲେଜଗୁଡିକ ବନ୍ଦ କରାଯିବ ।