ଦିଲ୍ଲୀ ଗଲେ ନରସିଂହ ମିଶ୍ର ଓ ନିରଞ୍ଜନ ପଟ୍ଟନାୟକ । ଆଜି ରାହୁଲଙ୍କ ଅଧ୍ୟକ୍ଷତାରେ ବସିବ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ

ବିଜେପିକୁ ରୋକିବା ପାଇଁ କାହା ସହ ହାତ ମିଳାଇବ ଦଳ, ସେ ନେଇ ହୋଇପାରେ ରଣନୀତି

114

କନକ ବ୍ୟୁରୋ: କଂଗ୍ରେସର କମବ୍ୟାକ ପ୍ଲାନ । ଗତ ୧୫ଦିନ ଭିତରେ ଦୁଇ ଦୁଇ ଥର ଆସି ରାହୁଲ ଗାନ୍ଧୀ ସ୍ପଷ୍ଟ କରିଦେଇଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷଙ୍କ ଫୋକସରେ ରହିଛି ଓଡ଼ିଶା । ବିଶେଷ କରି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ କ୍ଷମତାକୁ ଫେରିବା ପାଇଁ ସମସ୍ତ ରଣନୀତି କରିଛି । ଆଉ ଏହି କ୍ରମରେ ଆଜି ଦିଲ୍ଲୀରେ ହେବାକୁ ଥିବା ଦଳର ବୈଠକରେ ସାମିଲ ହେବେପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ।

ଏଆଇସିସି କାର୍ଯ୍ୟାଳୟରେ ଆଜି ସକାଳ ସାଢେ ୧୦ଟାରେ ବୈଠକ ଅନୁଷ୍ଠିତ ହେବାର ସୂଚନା ମିଳିଛି । ବୈଠକରେ ସାମିଲ ହେବାକୁ ସବୁ ରାଜ୍ୟର ପିସିସି ସଭାପତି ଓ ବିରୋଧୀ ଦଳ ନେତା ଦିଲ୍ଲୀ ଯାଇଛନ୍ତି । ଅନୁମାନ କରାଯାଉଛି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଟିକେଟ ଚୂଡାନ୍ତ କରିବା ସହ ରଣନୀତି ପ୍ରସ୍ତୁତ ହେବ ।

 

ନିର୍ବାଚନରେ ବିଜେପିକୁ ହଟାଇବା ପାଇଁ ଜାତୀୟସ୍ତରରେ କଂଗ୍ରେସ କେଉଁ କେଉଁ ଦଳ ସହ ମେଂଟ କରିବ ସେନେଇ ରାଜ୍ୟର ତୁଙ୍ଗ ନେତାଙ୍କ ସହ ରାହୁଲ ଆଲୋଚନା କରିବା ସୂଚନା ରହିିଛି । ସେହିପରି ଆଂଚଳିକ ସ୍ତରରେ କେଉଁ ନେତା ବା ଦଳ ସହ ମେଂଟ କରାଯାଇପାରିବ ସେ ନେଇ ମଧ୍ୟ ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିପାରନ୍ତି ରାହୁଲ ଗାନ୍ଧୀ ।