ଶବକୁ ଦାହ କରାଯାଏ ନାହିଁ, ଏମିତି କରାଯାଏ ନାଗା ସାଧୁଙ୍କ ଅନ୍ତ୍ୟେଷ୍ଟି କ୍ରିୟା । ଜାଣନ୍ତୁ

307

ନାଗା ସାଧୁମାନଙ୍କର ଜୀବନ ବେଶ୍ ରହସ୍ୟମୟ। ଏହି କାରଣରୁ ସେମାନଙ୍କ ଜୀବନଶୈଳୀ ସଂପର୍କରେ ଜାଣିବାକୁ ଲୋକଙ୍କର ଆଗ୍ରହ ଥାଏ। ଲୋକେ ଜାଣିବାକୁ ଚାହାଁନ୍ତି କି ନାଗାସାଧୁମାନେ କେଉଁଠାରୁ ଆସନ୍ତି ଓ କେଉଁଠାକୁ ଯାଆନ୍ତି? ଏବେ ପ୍ରୟାଗରାଜରେ ନାଗାସାଧୁମାନଙ୍କର ଦେଖିବାକୁ ମିଳିଛି। ଏବେ ଆମେ ନାଗାସାଧୁମାନଙ୍କ ସଂପର୍କରେ ଏଭଳି ଅଜ୍ଞାତ କଥା ଜଣାଉଛୁ। ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଖୁବ୍ କମ୍ ଲୋକ ଜାଣନ୍ତି ନାଗାସାଧୁମାନେ ମରିବା ପରେ ତାଙ୍କର ଶବ ସହିତ କ’ଣ କରାଯାଇଥାଏ।

ହିନ୍ଦୁ ମାନ୍ୟତା ଅନୁଯାୟୀ ସାଧାରଣତଃ ଶରୀରକୁ ଜଳାଇ ଦିଆଯାଇଥାଏ। ଏହା ଦ୍ୱାରା ମୃତ ମଣିଷର ଶରୀର ପଞ୍ଚତତ୍ତ୍ୱରେ ବିଲୀନ ହୋଇଥାଏ। କିନ୍ତୁ ନାଗାସାଧୁମାନଙ୍କ କ୍ଷେତ୍ରରେ ତାହା ହୋଇନଥାଏ। ସେମାନଙ୍କର ମୃତ ଶରୀରରେ ଅଗ୍ନି ସଂଯୋଗ କରାଯାଇନଥାଏ। ମୃତ୍ୟୁ ପରେ ସେମାନଙ୍କୁ ଭୂ-ସମାଧି ଦିଆଯାଇ ଅନ୍ତ୍ୟେଷ୍ଟି ସଂସ୍କାର ସଂପନ୍ନ କରାଯାଇଥାଏ।ନାଗାସାଧୁମାନଙ୍କୁ ପ୍ରଥମେ ଜଳ ସମାଧି ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ନଦୀର ଜଳ ପ୍ରଦୂଷିତ ହେବା କାରଣରୁ ସେମାନଙ୍କୁ ଭୂ-ସମାଧି ଦିଆଯାଇଥାଏ। ନାଗାସାଧୁମାନଙ୍କୁ ସିଦ୍ଧି ଯୋଗର ମୁଦ୍ରାରେ ଉପବିଷ୍ଟ କରାଯାଇ ଭୂ-ସମାଧି ଦିଆଯିବାର ପରଂପରା ରହିଛି।