ଅଗ୍ନିପଥ ଯୋଜନା: ଓଡିଆ ଯୁବକ ହେବେନି ଲାଭବାନ! କାହିଁକି ସେନାରେ ଓଡିଆଙ୍କ ସଂଖ୍ୟା କମ୍?

1,238

କନକ ବ୍ୟୁରୋ :  ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ନିଆଁ ଜଳୁଥିବାବେଳେ ଓଡିଶାରେ ଆନ୍ଦୋଳନ ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ । ତେବେ ଆନ୍ଦୋଳନର ଧାରା ଓଡିଶାର ଜନସାଧାରଣଙ୍କ ସେନାରେ ଯୋଗଦାନ ସଂଖ୍ୟାକୁ ପଦାରେ ପକାଇଛି । ଓଡିଶାରେ ଦେଶ ଜନସଂଖ୍ୟାର ୩.୪ ପ୍ରତିଶତ ଲୋକ ରହୁଥିବାବେଳେ, ଭାରତୀୟ ସେନାରେ ମାତ୍ର ୧.୫ ପ୍ରତିଶତ ଓଡିଆ । ଅର୍ଥାତ ଦେଶର ମୋଟ ଯବାନଙ୍କ ସଂଖ୍ୟା ପାଖାପାଖି ୨୧ ଲକ୍ଷ ହୋଇଥିବାବେଳ ଓଡିଆଙ୍କ ସଂଖ୍ୟା କେବଳ ୩୧ ହଜାର ୬୦୦ ।

ଜନସଂଖ୍ୟା ଦୃଷ୍ଟିରୁ ଓଡିଶା ଦେଶର ଏକାଦଶ ସର୍ବବୃହତ ରାଜ୍ୟ, କିନ୍ତୁ ସେନାରେ ନିଯୁକ୍ତି କ୍ଷେତ୍ରରେ ଓଡିଶାର ସ୍ଥାନ ୧୬ । ଉତ୍ତର ପ୍ରଦେଶ ଏହି ତାଲିକାରେ ଶୀର୍ଷରେ ରହିଛି ଏବଂ ବିଶେଷଜ୍ଞଙ୍କ ମତରେ ଉତ୍ତର ଭାରତରେ ସେନା ପ୍ରତି ଆକର୍ଷଣ ଅଧିକା

ପୂର୍ବତନ ସେନା ଅଧିକାରୀଙ୍କ ମତରେ ଓଡିଆ ଲୋକଙ୍କ ସେନା ପ୍ରତି ଆକର୍ଷଣ କମ ଓ ଉତ୍ତର ଭାରତ ପରି ବାତାବରଣ ଓଡିଶାରେ ନାହିଁ । ନିଯୁକ୍ତି  ପରୀକ୍ଷାରେ ଉତ୍ତୀର୍ଣ୍ଣ ପାଇଁ ଉପଯୁକ୍ତ ତାଲିମ କେନ୍ଦ୍ର ଓଡିଶାରେ ନାହିଁ । ସରକାରୀ ସ୍ତରରେ ମଧ୍ୟ ସେନାରେ ଯିବା ପାଇଁ ବିଶେଷ ପ୍ରୋତ୍ସାହନ ନାହିଁ ।

ପୂର୍ବତନ ମୁଖ୍ୟମନ୍ତ୍ରୀ  ବିଜୁ ପଟ୍ଟନାୟକ କଳିଙ୍ଗ ରେଜିମେଣ୍ଟ ଗଠନ ପାଇଁ ବାରମ୍ବାର ସ୍ୱର ଉଠାଇଥିଲେ କିନ୍ତୁ କେନ୍ଦ୍ର ପ୍ରତିରକ୍ଷା ବିଭାଗ ଏହାକୁ ଗୁରୁତ୍ୱ ଦେଇନଥିଲେ  ।