ସଫ୍ଟୱେର ଇଞ୍ଜିନିୟରଙ୍କୁ ଚୁନା ଲଗାଇଲେ ସାଇବର ଠକ। ଯବାନ ବେଶରେ ଭିଡିଓ କଲ କରି ୨ ଲକ୍ଷ ଲୁଟିନେଲେ।

281

କନକ ବ୍ୟୁରୋ :  ରାଜଧାନୀରେ ଘର ଭଡା ନେବାକୁ କହି ଠକେଇ । ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ଚୂୂନା ଲଗାଇଛନ୍ତି ସାଇବର ଠକ । ଅଭିନବ ଢଙ୍ଗରେ ହୋଇଥିବା ଏହି ସାଇବର ଲୁଟକୁ ନେଇ ଭୁବନେଶ୍ୱରରେ ଚର୍ଚ୍ଚା ।

ରାଜଧାନୀରେ ଘରକୁ ଭଡା ଦେବାକୁ ଯାଇ ଠକିହୋଇଗଲେ ଇଞ୍ଜନିିୟର । ୯୯ ଏକରସ ନାମକ ଏକ ଆପ୍ଲିକେସନରେ ବିଜ୍ଞାପନ ଦେଇ ଫସିଗଲେ ସଫ୍ଟୱେର ଇଞ୍ଜିନିୟର । ସାଇବର ଠକମାନେ ଏହି ବିଜ୍ଞାପନର ନମ୍ବର ଆଣି ୨ଲକ୍ଷ ଟଙ୍କା ଚୁନା ଲଗାଇବା ପରେ ବ୍ଲକ ମାରିଦେଲ । ଆଉ ଟଙ୍କା ଠକେଇ ହେବା ପରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଇଞ୍ଜିନିୟର ।

ଇଞ୍ଜିନିୟର ଅବିନାଶ ଚୌଧୁରୀ କହିଛନ୍ତି, ବିଜ୍ଞାପନ ଦେବାର କିଛି ଦିନ ପରେ ତାଙ୍କ ପାଖକୁ ଏକ ଫୋନ କଲ ଆସିଥିଲା । ନିଜକୁ ଯବାନର ପରିଚୟ ଦେଇ ଠକ ଜଣକ ଘର ଭଡାରେ ନେବାକୁ ଆଗ୍ରହ ଦେଖାଇଥିଲା । ଆଉ ବିଶ୍ୱାସ ଜିଣିବାକୁ ଭିଡିଓ କଲ ମଧ୍ୟ କରିଥିଲା ସାଇବର ଠକ । ଯବାନଙ୍କ ପୋଷାକ, ଜୟହିନ୍ଦ ନାରା ଦେଖି, ଶୁଣି ବିଶ୍ୱାସ କରିଯାଇଥିଲେ ଇଞ୍ଜିନିୟର ଅବିନାଶ  । ଏହାପରେ ଟଙ୍କା ଦେବାକୁ କହି କୌଶଳରେ ସାଇବର ଠକ ଜଣକ ୨ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି ।   ଟଙ୍କା ଲୁଟ ପାଇଁ ସାଇବର ଠକ ଆପଣାଉଛନ୍ତି ନୂଆ ନୂଆ ତରିକା । ବିଶ୍ୱାସ ଜନ୍ମାଇବା ପାଇଁ ଯବାନଙ୍କ ବର୍ଦ୍ଦି ପିନ୍ଧି ଲୁଟ କରିଚାଲିଛନ୍ତି ଏହି ଠକ ଉସ୍ତାଦ ।