ରାଜନଗରରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା । ପ୍ରଶାସକ-ଜନତା ମୁହାଁମୁହିଁ, ତହସିଲଦାର ଅଟକ

92

କନକ ବ୍ୟୁରୋ : ରାଜନଗରରେ ଜବରଦଖଲ ବେଳେ ଦେଖାଦେଇଛି ପ୍ରବଳ ଉତ୍ତେଜନା । ପ୍ରଶାସକ-ଜନତା ମୁହାଁମୁହିଁ ହୋଇଛନ୍ତି । ଘଣ୍ଟାଏରୁ ଅଧିକ ସମୟ ଧରି ବଜାର ଉପରେ ତହସିଲଦାରଙ୍କୁ ଅଟକ ରଖିଛନ୍ତି ଲୋକେ । ସରକାରୀ ଜାଗାରେ କୋଠା ଘର ଭାଙ୍ଗିବା ସମୟରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ରାଜନଗର ତହସିଲଦାର ଘର କରିବାକୁ ଅନୁମତି ଦେଇଥିଲେ । କିନ୍ତୁ ଏହାକୁ ଏବେ ଭାଙ୍ଗୁଛନ୍ତି । ଯାହାକୁ ବିରୋଧ କରିଛନ୍ତି ସେଠାକାର ଲୋକେ ।