ଭାରତରେ ଇନଷ୍ଟାଗ୍ରାମ ଡାଉନ! ଟ୍ୱିଟରରେ ସ୍କ୍ରିନସଟ୍ ସେୟାର କଲେ ୟୁଜର୍ସ, ଆପଣଙ୍କ ଇନଷ୍ଟାଗ୍ରାମ କାମ କରୁଛି ତ?

186

କନକ ବ୍ୟୁରୋ : ଭାରତରେ ଇନଷ୍ଟାଗ୍ରାମ ଡାଉନ । ଏନେଇ ଟ୍ୱିଟରରେ ଇନଷ୍ଟାଗ୍ରାମ ଡାଉନ ନାଁରେ ଏକ ଟ୍ରେଣ୍ଡ ଆରମ୍ଭ ହୋଇଛି । କିଛି ୱେବସାଇଟ ମୁତାବକ, ଆଜି ଅଧିକାଂଶ ଫୋନରେ ଇନଷ୍ଟାଗ୍ରାମ ପ୍ଲାଟଫର୍ମ କାମ କରୁନାହିଁ । କିଛି ୟୁଜର୍ସ ମୋବାଇଲରେ ଆପ୍ ଲଗଇନ୍ ମଧ୍ୟ କରିପାରୁନାହାନ୍ତି । ଏନେଇ ଟ୍ୱିଟରରେ ୟୁଜର୍ସ ମାନେ ନିଜର ମତ ରଖିବା ସହ ଇନଷ୍ଟାଗ୍ରାମକୁ ନେଇ ବିଭିନ୍ନ ପ୍ରକାର ମିମ୍ସ ସେୟାର କରୁଛନ୍ତି ।

ଡାଉନ ଡିଟେକ୍ଟର ମୁତାବକ, ଇନଷ୍ଟାଗ୍ରାମ ଡାଉନ ରହିବା ନେଇ ଅଧିକାଂଶ ରିପୋର୍ଟ ଆସିଛି । ଯେଉଁଥିରେ ୪୪ ପ୍ରତିଶତ ଅଭିଯୋଗ ଆପ୍ ୟୁଜର୍ସ ମାନେ କରିଥିବା ବେଳେ ୩୯ ପ୍ରତିଶତ ୟୁଜର୍ସ ସର୍ଭର କନେକ୍ସନ ସମସ୍ୟା ଓ ୧୭ ପ୍ରତିଶତ ୟୁଜର୍ସ ୱେବସାଇଟ ଡାଉନ ଥିବା କହିଛନ୍ତି । ତେବେ ଇନଷ୍ଟାଗ୍ରାମ ଡାଉନ୍ ଥିବା ନେଇ ଏବେ ପର୍ଯ୍ୟନ୍ତ ମେଟା ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ମିଳିନାହିଁ । ଇନଷ୍ଟାଗ୍ରାମ, ଫେସବୁକ ଓ ହ୍ୱାଟସଆପର ମୂଳ କମ୍ପାନି ହେଉଛି ମେଟା ।

ଇନଷ୍ଟାଗ୍ରାମ ଡାଉନ ହେବା ଫଳରେ ଅନେକ ୟୁଜର୍ସ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଭାରତର ବଡ ବଡ ସହରରୁ ଇନଷ୍ଟାଗ୍ରାମ ଡାଉନ ସମ୍ବନ୍ଧୀୟ ଅଭିଯୋଗ ସାମ୍ନାକୁ ଆସିଛି । ୟୁଜର୍ସ ମାନେ ଇନଷ୍ଟାଗ୍ରାମ ଆପ୍ କାମ କରୁନଥିବାର ସ୍କ୍ରିନସଟ୍ ଟ୍ୱିଟରରେ ସେୟାର କରୁଥିବାର ଦେଖିବାକୁ ମିଳିଛି ।