ଅନୁଭବଙ୍କ ନାଁରେ ସାଇବର ଥାନାରେ ଏତଲା ଦେଲେ ବର୍ଷା । କହିଲେ, ଭିଡ଼ିଓ ଜାରି କରି ମୋ ଚରିତ୍ର ସଂହାର କରାଯାଉଛି । 

698

କନକ ବ୍ୟୁରୋ : ସ୍ୱାମୀଙ୍କ ବିରୋଧରେ ଏତଲା ଦେଲେ ସ୍ତ୍ରୀ । ଅନୁଭବ-ବର୍ଷା ବିବାଦ ମାମଲାରେ ପୁଣି ଏକ ନୂଆ ମୋଡ ଆସିଛି । ଅନୁଭବଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ । ସାଂସଦ ଅନୁଭବ ବାରମ୍ବାର ଭିଡ଼ିଓ ଜାରି କରି ଚରିତ୍ର ସଂହାର କରୁଥିବା ନେଇ ଅଭିଯୋଗ କରିଛନ୍ତି ବର୍ଷା । ଯାହାଦ୍ୱାରା ତାଙ୍କ ମାନ ସମ୍ମାନ ହାନି ହେଉଛି ଏବଂ ସେ ମାନସିକ ନିର୍ଯାତନାର ଶିକାର ହେଉଥିବା କହିଛନ୍ତି ବର୍ଷା । କିଛି ବ୍ୟକ୍ତି ମୋ ଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି  ।

ଏହା ପୂର୍ବରୁ ମଧ୍ୟ ବର୍ଷା ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଅଭିଯୋଗ କରିଥିଲେ । ଭିଡ଼ିଓ ଜାରି କରି ଅନୁଭବ ତାଙ୍କର ନାରୀତ୍ୱ ଉପରେ ପ୍ରଶ୍ନବାଚୀ ଛିଡା କରୁଥିବା ନେଇ ଅଭିଯୋଗ କରିଥିଲେ ବର୍ଷା । ଏହାପରେ ମଧ୍ୟ ଅନୁଭବ ଭିଡ଼ିଓ ଜାରି କରି ବର୍ଷାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ । ତେବେ ଅନୁଭବ କାହିଁକି ଲଗାତାର ଭିଡ଼ିଓ ଜାରି କରୁଛନ୍ତି । ମାମଲା ବିଚାରଧୀନ ଥିବା ବେଳେ ଅନୁଭବ ଏଭଳି ଭିଡ଼ିଓ ଜାରି କରି କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି । ଏନେଇ କଟକ ଡିସିପି କହିଛନ୍ତି, ଅଭିଯୋଗ ଆଧାରରେ ନିଶ୍ଚୟ ତଦନ୍ତ ହେବ । ଗତ କିଛି ଦିନ ମଧ୍ୟରେ ଅନୁଭବ ସିରିଜ ଭିଡ଼ିଓ ଜାରି କରିଛନ୍ତି ।