ଟ୍ରକ ମାଲିକଙ୍କ ଦାଦାଗିରି : ତେଲ ଚୋରି କରିଥିବା ଅଭିଯୋଗରେ ୪ ଯୁବକଙ୍କୁ ନିର୍ଘାତ ମାଡ଼, ଭିଡିଓ ଭାଇରାଲ

80

କନକ ବ୍ୟୁରୋ : ପାରାଦୀପରେ ଟ୍ରକ ଡ୍ରାଇଭରଙ୍କ ଦାଦାଗିରି । ଟ୍ୟାଙ୍କରରୁ ତେଲ ଚୋରି କରିଥିବା ଅଭିଯୋଗରେ ୪ ଯୁବକଙ୍କୁ ଘରୁ ଟେକି ନେଇ ନିର୍ଘାତ ମାଡ ମାରିଲେ ୨୦ରୁ ଅଧିକ ଡ୍ରାଇଭର । ବାଉରିଆପାଳନ୍ଦାରେ ରହୁଥିବା ଘନଶ୍ୟାମ ମଲ୍ଲିକଙ୍କ ଘରେ ପଶି ସେଠାରୁ ତାଙ୍କ ପୁଅ ଓ ପୁଅର ୩ଜଣ ବନ୍ଧୁଙ୍କୁ ଟେକି ଆଣି ମାଡ ମାରୁଥିବାର ଭିଡିଓ ଭାଇରାଲ ହେଉଛି । ମାଡ ଖାଇ ଗୁରୁତର ଆହାତ ହୋଇଥିବା ୪ଜଣ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣା ନେଇ ଅଭିଯୋଗ ହେବା ପରେ ୩ଜଣଙ୍କୁ ଗିରଫ କରିଛି ପୁଲିସ । ଏବେବି ୧୭ ଜଣ ଫେରାର ଅଛନ୍ତି । ଗତ ରବିବାର ଦିନ ଏହି ଅଭାବନୀୟ ଘଟଣା ଘଟିଥିଲା । ଏକ ତୈଳ କମ୍ପାନିର ଟର୍ମିନାଲର ଡ୍ରାଇଭର ବସ୍ତିରେ ପଶି ୪ ଯୁବକଙ୍କ ଘରୁ ଟେକି ଆଣି ମାଡ଼ ମାରିଥିଲେ । ଟ୍ୟାଙ୍କରରୁ ତେଲ ଚୋରି କରୁଥିବାରୁ ସେମାନଙ୍କୁ ଏହିଭଳି ଦଣ୍ଡ ଦିଆଯାଇଥିବା ମାଡ଼ ମାରିଥିବା ବ୍ୟକ୍ତିମାନେ କହିଛନ୍ତି । ମାତ୍ର ୪ ଯୁବକଙ୍କ ନାମରେ ଥାନାରେ ଅଭିଯୋଗ ନକରି ଏଭଳି ଆଇନକୁ ହାତକୁ ନେବା ପାଇଁ କିଭଳି ସାହସ କଲେ ଡ୍ରାଇଭର, ତାହାକୁ ନେଇ ପ୍ରଶ୍ନ ଉଠୁଛି ।