ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ହେବ ଏସି ଟନେଲ । ମରିଚକୋଟ ଛକରୁ ବଡ଼ଦାଣ୍ଡରେ ସିଂହଦ୍ୱାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ହେବ ଏସି ଟନେଲ

246

କନକ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତଙ୍କୁ ମିଳିବ ଭିନ୍ନ ଅନୁଭୂତି । ବଡ଼ଦାଣ୍ଡରେ ସେଂଟ୍ରାଲ୍ ଏସି ଟନେଲରେ ଭକ୍ତଙ୍କୁ ସିଂହଦ୍ୱାର ପର୍ଯ୍ୟନ୍ତ ନେବାକୁ ବ୍ୟବସ୍ଥା କରାଯାଇଛି    । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଡିସେମ୍ବର ୫ ତାରିଖ ସୁଦ୍ଧା ମରିଚିକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନୀମାନଙ୍କୁ ଶ୍ରୀସେତୁ ନିକଟରେ ଥଇଥାନ କରିବାକୁ ଯୋଜାନ କରାଯାଇଛି । ସେହିପରି ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ଦେବାକୁ ଯୋଜନା ହୋଇଛି । ଉଠାଦୋକାନ ହଟାଇ ସିଂଦ୍ୱାର ପର୍ଯ୍ୟନ୍ତ ଏକ ଏସି ଟନେଲ ବା’ ଲମ୍ବା ଛାୟାପ୍ରଦ ଛାଉଣି କରାଯିବ । ଏଥିରେ ସେଂଟ୍ରାଲ୍ ଏସି ବ୍ୟବସ୍ଥା ରହିବ । ଭକ୍ତମାନଙ୍କ ବିଶ୍ରାମ ପାଇଁ ମଝିରେ ମଝିରେ ବସିବା ବ୍ୟବସ୍ଥା ରହିବ ।

ଏପଟେ ପୁରୀ ଆସୁଥିବା ଭକ୍ତ ଓ ଦର୍ଶନାର୍ଥୀଙ୍କ ପାଇଁ ଖୋଲିଛି ଜେଲରୋଡ୍ ମଲ୍ଟି ଲେବଲ୍ କାର ପାର୍କିଂ । ଅତିରିକ୍ତ ଜିଲ୍ଲପାଳ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ପାର୍କିଂ ପ୍ରାୟ ୫ଶହ କାର୍ ଓ ୫ଶହ ବାଇକ୍ ଏକକାଳୀନ ରହିପାରିବ । ଜଗନ୍ନାଥ ବଲ୍ଲଭ ପାର୍କିଂ ଫୁଲ୍ ହୋଇଯିବା ପରେ ଏହି ମଲ୍ଟି ଲେବଲ ପାର୍କିଂକୁ ବ୍ୟବହାର କରାଯାଇଛି । ଭୁବନେଶ୍ୱର ପରେ ଓଡ଼ିଶାର ଏହା ଦ୍ୱିତୀୟ ମଲ୍ଟି ଲେବଲ୍ କାର ପାର୍କିଂ ।

କାର୍ତିକ ଓ ପଂଚକ ଦର୍ଶନ ସମୟରେ ଭକ୍ତମାନେ ଅନେକ ଅସୁବିଧାର ସଂବୁଖିନ ହୋଇଥିବା ଅଭିଯୋଗ ହୋଇଥିଲା । ଏହାରି ଭିତରେ ନୂଆ ବର୍ଷରେ ନୂଆ ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ପାଇଁ ଅଂଟା ଭିଡ଼ିଛି ପ୍ରଶାସନ ।