ସ୍ୱାମୀର ପ୍ରାଣ ରକ୍ଷା ପାଇଁ ସ୍ତ୍ରୀର ଆକୁଳ ନିବେଦନ: ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

199

କନକ ବ୍ୟୁରୋ: ସ୍ୱାମୀର ପ୍ରାଣ ରକ୍ଷା ପାଇଁ ସ୍ତ୍ରୀର ନିବେଦନ । ହୃଦରୋଗରେ ଆକ୍ରାନ୍ତ ସ୍ୱାମୀଙ୍କ ଚିକିତ୍ସା ପାଇଁ ଆକୁଳ ନିବେଦନ । ଏନେଇ କିଛି ସାହାଯ୍ୟ ସହଯୋଗ ମାଗିଛନ୍ତି ଆକ୍ରାନ୍ତଙ୍କ ପତ୍ନୀ । ଢେଙ୍କାନାଳ ଜୟଗୋପାଳସାହିର ମନମୋହନ ସାହୁ । ହୃଦ୍ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇସାରିଲାଣି ଚିକିତ୍ସାରେ । ସୁସ୍ଥ ହୋଇ ଘରକୁ ଫେରିଥିଲେ । ହେଲେ କିଛ ଦିନ ପରେ ପୁଣି ଅସୁସ୍ଥ ହୋଇପଡିଛନ୍ତି ମନମୋହନ । ଛାତିରେ ଯନ୍ତ୍ରଣା ସହ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛନ୍ତି । ଅସ୍ତ୍ରୋପଚାର ହୋଇଥିବା ଜାଗାରେ ଲିକେଜ ଯୋଗୁ ଏହିଭଳି ଯନ୍ତ୍ରଣା ହେଉଥିବା କହିଛନ୍ତି ଡାକ୍ତର । ତାଙ୍କୁ ସୁସ୍ଥ କରିବାକୁ ଆହୁରି ୨୦ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଦରକାର । ଚିକିତ୍ସା ପାଇଁ ଜମିବାଡି ସବୁ ବିକ୍ରି ହୋଇ ସାରିଛି । ଘରେ ପିଲା ପାଠ ପଢୁଥିବା ବେଳେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ଏବେ ପୁଣି ମନମୋହନଙ୍କ ଚିକିତ୍ସା ନିହାତି ଜରୁରୀ ହୋଇପଡିଛି । ଏହିଭଳି ଅସୁବିଧା ସମୟରେ ମନମୋହନଙ୍କ ପୁଅ ଓ ପତ୍ନୀ ସହଯୋଗ ପାଇଁ ଅନୁରୋଧ କରିଛନ୍ତି । ଆଉ ତାଙ୍କ ସହ ସାମିଲ ହୋଇଛନ୍ତି କଣ୍ଠଶିଳ୍ପୀ ଶକ୍ତି ମିଶ୍ର । ନିଜେ କିଛି ସହଯୋଗ କରିଥିବା ବେଳେ ଆଉ କିଛି ଅର୍ଥ ସହାୟତା ପାଇଁ ଅନୁରୋଧ କରିଛନ୍ତି ।