ବନ୍ଧକ ସୁନା ଫେରାଉନି ବ୍ୟାଙ୍କ: ବୈପାରୀଗୁଡାର ଏକ ରାଷ୍ଟ୍ରାୟତ ବ୍ୟାଙ୍କରେ ସୁନା ବନ୍ଧକ ରଖି ହଟହଟା ପରିବାର

293

କନକ ବ୍ୟୁରୋ: ବନ୍ଧକ ସୁନା ଫେରାଉନି ବ୍ୟାଙ୍କ । ବ୍ୟାଙ୍କର ଟାଳଟୁଳ ନୀତି ଯୋଗୁ ବଢୁଛି ସନ୍ଦେହ । ସୁନା ବନ୍ଧକ ରଖି ଟଙ୍କା ନେଇଥିଲେ । ଓ ପରେ ସମ୍ପୁର୍ଣ୍ଣ ଟଙ୍କା ଫେରାଇ ସୁନା ମୁକୁଳାଇବାର ରହିଛି ନିୟମ । ହେଲେ ଜଣେ ବ୍ୟକ୍ତି ଚାଷ ପାଇଁ ଟଙ୍କା ଋଣ ନେଇଥିଲେ ବ୍ୟାଙ୍କରୁ । ହେଲେ ସମ୍ପୁର୍ଣ୍ଣ ଟଙ୍କା ସୁଝିବାପରେ ବି ବନ୍ଧକ ସୁନା ନଫେରାଇ ବ୍ୟାଙ୍କ ଦିନ ଗଡାଇ ଗଡାଇ ଚାଲିଛି । ବୈପାରୀଗୁଡାର ଏକ ରାଷ୍ଟ୍ରାୟତ ବ୍ୟାଙ୍କରେ ସୁନା ବନ୍ଧକ ରଖି ତୋଲା ଗାଁର ଜଣେ ବ୍ୟକ୍ତି ଟଙ୍କା ନେଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ତାଙ୍କୁ ଜ୍ୱାଇଁ ସମସ୍ତ ଋଣ ପରିଶେଧ କରିଦେଇଥିଲେ । ହେଲେ ବି ତାଙ୍କୁ ବନ୍ଧକ ସୁନା ମିଳିନଥିଲା । ମୃତ୍ୟୁ ପ୍ରମାଣ ପତ୍ର ସହ ସମସ୍ତ ପ୍ରମାଣପ୍ତ ଦେବା ପରେ ବି ତାଙ୍କୁ ସୁନା ଫେରସ୍ତ ନଦେଇ ବ୍ୟାଙ୍କ ଦିନ ଗଡାଇ ଗଡାଇ ଚାଲିଛି । ତେବେ ବ୍ୟାଙ୍କର ଏହି ଟାଳଟୁଳ ନୀତିକୁ ବିରୋଧ କରିବା ସହିତ ଚିନ୍ତାରେ ପଡିଛନ୍ତି ମୃତକଙ୍କ ପରିବାର । ନିକଟରେ ବୈପାରୁଗୁଡା ବ୍ୟାଙ୍କରେ ୮୦ ଲକ୍ଷ ଟଙ୍କା ହଡପ ହୋଇଥିବା ସାମ୍ନାକୁ ଆସିଥିଲା । ଯାହାପରେ ଗ୍ରାହକଙ୍କ ସୁନା ସୁରକ୍ଷିତ ଅଛି କି ନାହିଁ ସେ ନେଇ ଏବେ ପ୍ରଶ୍ନ ଉଠିଛି ।