କ୍ୱାର୍ଟର୍ସରୁ ମିଳିଲା ମହିଳା ଏସଆଇଙ୍କ ଝୁଲନ୍ତା ମୃତଦେହ : ଘଟଣାସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ ଆରମ୍ଭ

286

କନକ ବ୍ୟୁରୋ : ଜି.ଉଦୟଗିରି ଆଦର୍ଶ ଥାନା ଏସଆଇଙ୍କ ମୃତଦେହ ଉଦ୍ଧାର । ଝୁଲନ୍ତା ଅବସ୍ଥାରେ ମହିଳା ଏସଆଇଙ୍କ ମୃତଦେହ ମିଳିଛି । ମୃତ ମହିଳା ଏଏସଆଇଙ୍କ ନାଁ ସ୍ୱାଗତିକା ବେହେରା । ସ୍ୱାଗତିକା ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ।

ଆଇଆଇସି, ଏସଡିପିଓ ଏବଂ ଅନ୍ୟ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହିଛନ୍ତି । ମୃତ ଶବ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘୁ. ଉଦୟଗିରିରେ ରଖା ହୋଇଛି । ତାଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି । କେଉଁ ପରିସ୍ଥିତିରେ ମହିଳା ଏସଆଇ ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଛି ।