ଏସି ଚୋରି କରିବାକୁ ଆସି ଆରପାରିକୁ ଚାଲିଗଲା ଚୋର. କଟକ ଶିଶୁଭବନରୁ ଏସି ଚୋରି କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଜଣଙ୍କ ମୃତ୍ୟୁ

409

କନକ ବ୍ୟୁରୋ : ଚୋରି କରିବା ହେଲା କାଳ । ଏସି ଚୋରି କରିବାକୁ ଆସି ଚୋରର ପ୍ରାଣ ଚାଲିଯାଇଛି । ଶିଶୁ ଭବନ କିଡନୀ ୱାଡରେ ଲାଗିଥିବା ଏସିକୁ ଚୋରି କରିବାକୁ ଆସିଥିବା ବେଳେ କରେଂଟ ଲାଗି ଚୋରର ମୃତ୍ୟୁ ହୋଇଯାଇଛି । ଏବେ ସୁଦ୍ଧା ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନି । । କେତେବେଳ ଓ କେଉଁ ସମୟରେ ତାର ମୃତ୍ୟୁ ହୋଇଛି ଜଣାପଡିନାହିଁ । ଅନ୍ୟପଟେ ଘଟଣାସ୍ଥଳରେ ପୁଲିସ ଓ ଫରେନସିକ୍ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛି ।