ଜୟପୁର ବ୍ଳକର ଇନ୍ଦିରା କଲୋନୀ ପ୍ରାଥମିକ ବିଦ୍ୟାଳୟରୁ ଆସିଲା ଅଭାବନୀୟ ଦୃଶ୍ୟ। ସ୍କୁଲ ଆସୁଛନ୍ତି ପିଲା, ହେଲେ ହେଉନି ପାଠପଢ଼ା।

36

କନକ ବ୍ୟୁରୋ: ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ମଧ୍ୟାନ୍ନ ଭୋଜନ ଠାରୁ ଆରମ୍ଭ କରି ସ୍କୁଲ ପୋଷାକ ବହିପତ୍ର ଆଦି ମାଗଣାରେ ଯୋଗାଇ ଦେଉଛନ୍ତି । କିନ୍ତୁ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଆବଶ୍ୟକ ଶିକ୍ଷକ ନଥିବା ଅନେକ ଅଭିଯୋଗ ଆସିଛି । ଏଭଳି କିଛି ଅଭିଯୋଗ ଆସିଛି ଜୟପୁର ବ୍ଳକର ଇନ୍ଦିରା କଲୋନୀରୁ । ଇନ୍ଦିରା କଲୋନୀରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାଇବା ପାଇଁ ଶିକ୍ଷକ ନଥିବା ଅଭିଯୋଗ ଆସିଛି । ଶିକ୍ଷକ ଆସୁନଥିବାରୁ ଗତ ୧୫ଦିନ ହେବ ସ୍କୁଲର ତାଲା ଖୋଲୁ ନାହିଁ । ଯାହାଦ୍ୱାରା  ସ୍କୁଲ ଆସୁଥିବା ଛାତ୍ରଛାତ୍ରୀ ନିଜ ଅବିଭାବକଙ୍କ ସହ ସ୍କୁଲ ବାହାରେ ଶିକ୍ଷକକୁ ଅପେକ୍ଷା କରି ରହୁଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ସ୍କୁଲରେ ଥିବା ପ୍ରଧାନଶିକ୍ଷକ ସ୍କୁଲ ବାରଣ୍ଡାରେ ବସି ପିଲାଙ୍କୁ ଅପେକ୍ଷା କରୁଛନ୍ତି । ପ୍ରଧାନଶିକ୍ଷକ ନିର୍ଦ୍ଧାରିତ ସମୟରେ ସ୍କୁଲକୁ ଆସୁଛନ୍ତି । ହେଲେ ଶିକ୍ଷକ ନଥିବାରୁ ପିଲାମାନେ କ୍ଲାସରୁମକୁ ଆସୁନାହାନ୍ତି । ଆଉ ସ୍କୁଲ ସମୟ ଶେଷ ହେବା ପରେ ଶିକ୍ଷକ ଚାଲି ଯାଉଛନ୍ତି । ଏପରିକି ପିଲାମାନେ ପାଠ ନପଢ଼ି ଘରକୁ ଚାଲି ଯାଉଛନ୍ତି ।