ମା’ ମଙ୍ଗଳାଙ୍କ ପୀଠରେ ନବପତ୍ରିକା ପୂଜା। ତୃତୀୟ ଦିନରେ ଜାରିରହିଛି ପୂଜା।

32

କନକ ବ୍ୟୁରୋ: କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ନବପତ୍ରିକା ପୂଜା । ତୃତୀୟ ଦିନର ମା’ ଧନୁ ତୀର ଧାରଣ କରି ରଘୁନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କ ସମସ୍ତ ନୀତିକାନ୍ତି ଶେଷ ପରେ ଏହି ମନୋରମ ବେଶକୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା ହଟିଥିବାରୁ ଦୁଇବର୍ଷ ପରେ ଭକ୍ତମାନେ ମନ୍ଦିରରେ ମା’ଙ୍କ ଏହି ବେଶ ଦର୍ଶନ କରିଛନ୍ତି ।

ମା’ ମଙ୍ଗଳାଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ଘଂଟଘଂଟା, କାହାଳି ବାଜା ବଜାଇବା ସହ ସେବକମାନେ ଦୁଷ୍ଟରୂପ ରାକ୍ଷସ ମହିଷାସୁରକୁ ଠାବ କରିବା ପାଇଁ ରତ୍ନଗିରି ବିଜେ କରିଥିଲେ । ସେଠାରେ ପୂଜା ସମ୍ପନ୍ନ ପରେ ମା’ ମନ୍ଦିର ଭିତରକୁ ଫେରିଯାଇଥିଲେ । ବିଳମ୍ବିତ ରାତିରେ ଏହି ନୀତି ସମ୍ପନ୍ନ ହେବା ପରେ ମା’ ତୀର ଧନୁ ଧାରଣ କରି ରଘୁନାଥ ବେଶରେ ଦର୍ଶନ ଦେଇଥିଲେ । ଏହି ସମୟରେ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।