ଏମାର ମଠ ଖନନ ସ୍ଥଳରୁ ସିଂହ ମୂର୍ତ୍ତି ଉଦ୍ଧାର ଘଟଣା । ମୂର୍ତ୍ତିଟି ଗଙ୍ଗବଂଶ ରାଜତ୍ୱ କାଳର ବୋଲି କହିଲା ଏଏସଆଇ ଟିମ୍ ।

121

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଖନନ ବେଳେ ଯେଉଁ ସିଂହ ମୂର୍ତ୍ତି ଉଦ୍ଧାର କରାଯାଇଥିଲା, ତାକୁ ଏବେ ଚିହ୍ନଟ କରାଯାଇଛି । ମାଟି ତଳୁ ମିଳିଥିବା ସେହି ସିଂହ ମୂର୍ତ୍ତିଟି ଗଙ୍ଗବଂଶ ବେଳର ମୂର୍ତ୍ତି ବୋଲି ସୂଚନା ମିଳିଛି । ଆଜି ଏନେଇ ଅନୁଧ୍ୟାନ କରିବା ପରେ ସୂଚନା ଦେଇଛନ୍ତି ଏଏସଆଇ ଅଧୀକ୍ଷକ ।

ତେବେ ଏମାର ମଠ ଖନନ ସ୍ଥଳରୁ ଗତକାଲି ଏକ ସିଂହମୂର୍ତ୍ତି ଉଦ୍ଧାର କରାଯାଇଥିଲା । ଆଜି ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୧୬ ଜଣିଆ ଟିମ୍ ଖନନ ସ୍ଥଳ ଯାଞ୍ଚ କରି ସିଂହର ଭଗ୍ନାବଶେଷ ଯାଞ୍ଚ କରିଥିଲେ । କୁର୍କୀ, ବ୍ରସ, ବିଭିନ୍ନ ସାମଗ୍ରୀ ଧରି ଖନନ ସ୍ଥଳର ବିଭିନ୍ନ ଅଂଶକୁ ଯାଞ୍ଚ କରିବା ସହିତ ପଥର ନମୁନା ସଂଗ୍ରହ କରିଥିଲେ । ଏହାପରେ ସିଂହ ମୂର୍ତ୍ତିଟି ଗଙ୍ଗବଂଶ ରାଜତ୍ୱ ସମୟର ବୋଲି ଜଣାପଡିଛି । ତେବେ ଏହାର କିଭଳି ରକ୍ଷଣାବେକ୍ଷଣ କରାଯିବ ସେନେଇ ଏଏସଆଇ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ଜୁନ୍ ୨୨ ତାରିଖରେ ହାଇକୋର୍ଟରେ ଶୁଣାଣି ଥିବାରୁ ଏହି ସିଂହ ମୂର୍ତ୍ତିର ଫଟୋ ଚିତ୍ରକୁ ପୂର୍ବରୁ ଦାଖଲ କରାଯାଇଚି ବୋଲି ଏଏସଆଇ ସୁପରିଟେଣ୍ଡଣ୍ଟ ସୂଚନା ଦେଇଛନ୍ତି ।