ଓୟୋ ରୁମରେ ଚାଲିଥିଲା ବାଥ୍ ଡେ’ ପାର୍ଟି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲେ ପ୍ରେମିକ।

419

କନକ ବ୍ୟୁରୋ: ଦୁର୍ଗା ପ୍ରସାଦ ମିଶ୍ର । ତାଙ୍କ ମୃତଦେହ ଭୁବନେଶ୍ୱର ଜାଗମରା ଅଞ୍ଚଳର ଏକ ଓୟୋ ରୁମରୁ ଉଦ୍ଧାର ହୋଇଛି । ସୂଚନା ଅନୁସାରେ, ଦୁର୍ଗା ପ୍ରସାଦ ନିଜ ପ୍ରେମିକା ଏବଂ କିଛି ସାଙ୍ଗଙ୍କ ସହ ଓୟୋ ରୁମକୁ ବାଥ୍ ଡେ’ ପାଳନ ପାଇଁ ଯାଇଥିଲେ । କୁହାଯାଉଛି- ଓୟୋ ରୁମରେ ଥିବା ସମୟରେ ଦୁର୍ଗା ପ୍ରସାଦ କୁଆଡେ ପ୍ରେମିକାର ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲେ । ଘଟଣା ସମ୍ପର୍କରେ ପୁଲିସ୍ ସୂଚନା ପାଇ ସେଇ ଓୟୋ ରୁମରେ ପହଞ୍ଚିବା ସହ ସନ୍ଦେହଜନକ ଅବସ୍ଥାରେ ଦୁର୍ଗା ପ୍ରସାଦଙ୍କ ମୃତଦେହ ଉଦ୍ଧାର ହୋଇଛି । ସେହିପରି ରାତିରେ ଉପସ୍ଥିତି ଥିବା ସମସ୍ତଙ୍କୁ ପଚରାଉଚୁରା କରିଛି ଖଣ୍ଡଗିରି ଥାନା ପୁଲିସ୍ ।

ଏପଟେ କିନ୍ତୁ ଦୁର୍ଗା ପ୍ରସାଦଙ୍କର ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ସୂଚନା ଅନୁସାରେ- ଭୋରରେ ଦୁର୍ଗା ପ୍ରସାଦଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ସେମାନେ ଆସି, ମୃତଦେହ ଦେଖିବା ପରେ ଦୁର୍ଗାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଦାଗ ଥିବା ଦେଖିବାକୁ ପାଇଥିଲେ । ତେବେ ଜାଣିଶୁଣି ହତ୍ୟା କରିବା ପାଇଁ ତାଙ୍କୁ ବାର୍ଥ ଡେ ପାର୍ଟି ଆଳରେ ଡକାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ମୃତ ଦୁର୍ଗା ପ୍ରସାଦଙ୍କ ଘର ନିଆଳି ଜଳାରପୁର ଗାଁରେ । ଦୁର୍ଗା ପ୍ରସାଦ ମିଶ୍ର ଭୁବନେଶ୍ୱରରେ ରହି ଚାକିରି କରୁଥିଲେ । ଏପଟେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗକୁ ନେଇ ପୁଲିସ ଛାନିବନ୍ ଆରମ୍ଭ କରିଥିବା ବେଳେ ଘଟଣାକୁ ନେଇ ଉଠୁଛି ଅନେକ ପ୍ରଶ୍ନ?
– ଦୁର୍ଗା ପ୍ରସାଦ ଆତ୍ମହତ୍ୟା କରିଛନ୍ତି ନା’ ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି?
– ଦୁର୍ଗା ପ୍ରସାଦଙ୍କ ମୃତ୍ୟୁ ପଛରେ ପ୍ରେମିକା ଓ ସାଙ୍ଗମାନଙ୍କର ସଂପୃକ୍ତି ରହିଛି କି?