ବନ୍ୟା ପାଣିରେ ନିର୍ମାଣଧୀନ ବ୍ରିଜରେ ଫସିଲେ ଶ୍ରମିକ । ନଦୀପାର ହେବା ବେଳେ ବୁଡ଼ିଗଲେ ୬୫ ବର୍ଷିୟ ବୃଦ୍ଧା

90

କନକ ବ୍ୟୁରୋ : ବନ୍ୟା ପାଣିରେ ନିର୍ମାଣଧୀନ ବ୍ରିଜରେ ଫସିଲେ ୧୨ ଜଣ ଶ୍ରମିକ । ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଚିର୍ମା ବ୍ରିଜ ନିକଟରେ ଘଟିଛି ଏହି ଘଟଣା । ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ଦ୍ୱାରା ଇନ୍ଦ୍ରାବତୀ ନଦୀ ଉପରେ ଏକ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଥିଲା । ସେଠାରେ କାମ କରିବାକୁ ୧୨ ଜଣ ଶ୍ରମିକ ନିକଟରେ ଥିବା ଏକ ଅସ୍ଥାୟୀ ଟିଣ ଘରେ ରହିଆସୁଥିଲେ । ଲଘୁଚାପ ଜନିତ ବର୍ଷା ହେବାରୁ ପାଣିମାଡ଼ି ଯିବାରୁ ଭୟଭୀତ ହୋଇ ନିର୍ମାଣଧୀନ ବ୍ରିଜ ଉପରକୁ ଚଢିଯାଇଥିଲେ । ପ୍ରଶାସନ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇଅଗ୍ନିଶମ ବାହିନୀ ସେଠାରେ ପହଂଚି ଶ୍ରମିକ ଙ୍କୁ ପାଣି ଘେରରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଛି ।
ନଦୀପାର ହେବା ସମୟରେ ବୁଡ଼ିଗଲେ ୬୫ ବର୍ଷିୟ ବୃଦ୍ଧା । ଜୟପୁର ବୈପାରୀଗୁଡ଼ା ଥାନା ଗଂଜିଆଗୁଡ଼ାଠାରେ ଘଟିଛି ଅଘଟଣ । ମୃତ ବୃଦ୍ଧା ଜଣକ ଗଞ୍ଜିଆଗୁଡ଼ା ଗାଁ ଲକି ସାନ୍ତ୍ରାଙ୍କ ପତ୍ନର କନେ ସାନ୍ତା । ସୂଚନା ଅନୁସାରେ କନେ ଦୋକାନ ସାମଗ୍ରୀ କିଣିବାକୁ କେନ୍ଦୁପୁଟ ଗାଁକୁ ଯାଇଥିଲେ । ହେଲେ ମାଙ୍କଡ଼ଯୋଡ଼ି ନଦୀପାର ବେଳେ ହଠାତ ପ୍ରବଳ ପାଣି ମାଡ଼ି ଆସିବାରୁ ନଦୀରେ ଭାସିଯାଇଥିଲେ ବୃଦ୍ଧା । ନଦୀର ଶବ ଭାସୁଥିବା ଦେଖି ଉଦ୍ଧାର କରିଛନ୍ତି ପରିବାର ଲୋକ ।