ବିହାର ରାଜନୈତିକ ସଙ୍କଟ : କ’ଣ ଚାହୁଁଛନ୍ତି ନୀତୀଶ କୁମାର ?

195

କନକ ବ୍ୟୁରୋ : ବିଜେପି ଓ ଜେଡିୟୁ ମଧ୍ୟରେ ମାସଟି ଧରି ବିବାଦ ପରେ ଏହାର ଅନ୍ତ ଘଟିବାକୁ ଯାଉଛି । କାରଣ ବିଜେପି ସହ ମେଣ୍ଟ ରହିବ କି ନାହିଁ ସେନେଇ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଷ୍ପତ୍ତି ନେଇପାରନ୍ତି । ଆଜି ନୀତୀଶ ଦଳର ସମସ୍ତ ବିଧାୟକ ଏବଂ ସାଂସଦମାନଙ୍କର ବୈଠକ ଡକାଇଛନ୍ତି । ଏପଟେ ବିହାରରେ ବିରୋଧୀ ଆସନରେ ଥିବା ମହାଗଠବନ୍ଧନ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଏବଂ କଂଗ୍ରେସ ପୃଥକ ପୃଥମ ଦଳୀୟ ବୈଠକ ଡକାଯାଇଛନ୍ତି ।

ଯଦି ଆରଜେଡି ଏବଂ କଂଗ୍ରେସ ତରଫରୁ ସମର୍ଥନ ନେଇ ଗ୍ରୀନ୍ ସିଗନାଲ ମିଳେ ତେବେ ନୀତୀଶ କୁମାର ବିଜେପି ସହ ସମ୍ପର୍କ ତୁଟାଇବାକୁ ପଛାଇବେ ନାହିଁ ବୋଲି କୁହାଯାଉଛି । ଏହାରି ଭିତରେ ଗୃହମନ୍ତ୍ରୀ ତଥା ବିଜେପିର ରାଜନୀତି ରଣନିତିକାର ଅମିତ ଶାହା ନୀତୀଶ କୁମାରଙ୍କ ସହ କଥା ହୋଇଛନ୍ତି । ବିଜେପି ସହ ମେଣ୍ଟ ଭାଙ୍ଗିବା ନେଇ ନୀତୀଶ କୁମାର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବିହାରର ବିଜେପି ନେତାମାନଙ୍କୁ ଏହା ଉପରେ ମନ୍ତବ୍ୟ ଦେବାକୁ ବାରଣ କରାଯାଇଛି ।

ଏପଟେ ଜେଡିୟୁ ତଥା ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ କହିଛନ୍ତି, ଯଦି ଜେଡିୟୁ ବିଜେପି ସହ ମେଂଟ ଭାଙ୍ଗେ, ତେବେ ସେମାନେ ସମର୍ଥନ ଦେବାକୁ ରାଜି ଅଛନ୍ତି । ବହୁ ବାଦ ବିବାଦ ସତ୍ୱେ ବିଗତ ୨୦ ଧରି ବିଜେପି ଏବଂ ଜେଡିୟୁ ମେଣ୍ଟ ସରକାରରେ ରହିଛି । ତେବେ ନିତିଶ ବିଜେପି ଛାଡିବା ପଛରେ ତିନିଟି ପ୍ରମୁଖ କାରଣ ରହିଛି । ଲାଲୁଙ୍କ ପୁଅ ତେଜସ୍ୱୀ ନୀତୀଶ କୁମାରଙ୍କ ସହ ମିଶିବାକୁ ସମର୍ଥନ ଜଣାଇଛନ୍ତି । ଯିଏ ବିହାରରେ ସର୍ବାଧିକ ଆସନରେ ଅଛି ।

ମହାରାଷ୍ଟ ଭଳି ଅବସ୍ଥା ହେବାକୁ ନେଇ ନୀତୀଶ ଭୟଭୀତ ଅଛନ୍ତି । କାରଣ ଏକନାଥ ସିନ୍ଦେଙ୍କ ପରି ଆରସିପି ସିଂ ଦଳରେ ବିଦ୍ରୋହ କରିବାର ଆଶଙ୍କା ରହିଛି । ୨୦୨୪ ନିର୍ବାଚନରେ ମିଳିତ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଇଛା ଅଛି । ଯାହା ବିଜେପି ସହ ରହିଲେ ସମ୍ଭବ ନୁହେଁ ବୋଲି ନୀତୀଶ ଜାଣିସାରିଛନ୍ତି । ବିହାରରେ ମୋଟ ୨୪୪ ଆସନ ମଧ୍ୟରୁ ବିଜେପି ୭୭ ଟି ଆସନ ପାଇଥିବା ବେଳେ ଆରଜେଡି-୭୯, ଜେଡିୟୁ-୪୫ ଆସନ ପାଇଛି ।

କ’ଣ ଚାହୁଁଛନ୍ତି ନୀତୀଶ ?

– ଅଂଶୀଦାର ବିଜେପି ଦ୍ୱାରା ଚାପରେ ରହୁଥିବା ଅନୁଭବ କରୁଛନ୍ତି ନୀତୀଶ
– ନୀତୀଶ ଭାବୁଛନ୍ତି ବିଜେପି ତାଙ୍କୁ ଅଧିକ ଦିନ ମୁଖ୍ୟମନ୍ତ୍ରୀ ଗାଦରେ ରହିବାକୁ ଦେବନି
– ବିଜେପି କେବେ ନିଜ ଆଡୁ ନୀତୀଶ କୁମାରଙ୍କୁ ଛାଡିବାକୁ ଚାହିଁବନି
– ନୀତୀଶଙ୍କୁ ଛାଡି ନିର୍ବାଚନକୁ ଗଲେ ଭୁଲ ସାମାଜିକ ଓ ରାଜନୈତିକ ବାର୍ତା ଦେବ
– ନିକଟରେ ଜେଡିୟୁରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଆରସିପି ସିଂହ
– ସେ ଜେଡିୟୁରୁ ମୋଦୀ ସରକାରରେ ଏକମାତ୍ର କ୍ୟାବିନେଟ୍ ମନ୍ତ୍ରୀ ଥିଲେ
– ଇସ୍ତଫା ଦେବା ପରେ ନୀତୀଶ କୁମାରଙ୍କ ଉପରେ ବର୍ଷିଥିଲେ ଆରସିପି ସିଂହ
– ଜେଡିୟୁକୁ ବୁଡିଲା ଜାହାଜ ବୋଲି କହିଥିଲେ ଆରସିପି ସିଂହ
– ନିକଟରେ ସୋନିଆ ଗାନ୍ଧୀଙ୍କ ସହ ଫୋନ୍ରେ କଥା ହୋଇଛନ୍ତି ନୀତୀଶ
– କଂଗ୍ରେସ, ଆରଜେଡି ଓ ବାମଦଳ ସହ ମେଣ୍ଟ କରିବା ସମ୍ଭାବନା ଉଜ୍ଜ୍ୱଳ
– ବିରୋଧୀ ଦଳ ଗୁଡ଼ିକ ଜେଡିୟୁ ସହ ମେଣ୍ଟ କରିବା ଛଡ଼ା ବିକଳ୍ପ ନାହିଁ