୮୪ ପରିବାରକୁ ମିଳିଲାଣି ସହାୟତା । ସୂଚନା ଦେଲେ ପୂର୍ବତଟ ରେଳବାଇର ସିପିଆରଓ

611

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୮୪ ପରିବାରକୁ ମିଳିଲାଣି ସହାୟତା । ୮୪ ପରିବାରକୁ ୬କୋଟି ୯୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ମୃତକଙ୍କ ପରିବାରକୁ ସବୁ ପ୍ରକାର ସୁବିଧା ଯୋଗାଇବା ପ୍ରାଥମିକତା ରହିଛି । ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ସିପିଆରଓ ।

ବାହନଗା ଟ୍ରେନ୍ ଦୁର୍ଘଟଣାରେ କିଏ ପୁଅକୁ ହରାଇଛି ତ ଆଉ କିଏ ବାପା, ମାଆ, ସ୍ତ୍ରୀ, ପିଲାଙ୍କୁ ହରାଇଛି । ସମ୍ପର୍କୀୟମାନେ ଏବେ ଯାଏଁ ବି ତାଙ୍କ ଲୋକଙ୍କୁ ଖୋଜୁଛନ୍ତି । ତେଣୁ ଏହି ଦୁଃଖଦ ପରିସ୍ଥିତିରେ ମୃତକଙ୍କ ପରିବାରକୁ ସାୟତା ଘୋଷଣା କରିଛି ରେଳବାଇ, ରାଜ୍ୟ ସରକାର । ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦିଆଯାଉଛି । ଏବେ ସୁଦ୍ଧା ୮୪ ପରିବାରକୁ ସହାୟତା ପ୍ରଦାନ କରିଯାଇଥିବା ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ସିପିଆରଓ