କନକ ବ୍ୟୁରୋ : ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା ସମ୍ପୂର୍ଣ୍ଣ ରୂପେ ବଦଳିବ । ଆସନ୍ତାକାଲି ଶପଥ ନେଇପାରନ୍ତି କିଛି ନୂଆ ମନ୍ତ୍ରୀ । ଏଥିପାଇଁ ୧୦ ଜଣଙ୍କୁ ମନ୍ତ୍ରୀ ପଦରୁ ବିଦା କରା~òaû ଜଣାପଡ଼ିଛି । ଆଜି ଅପରାହ୍ନ ୪ଟା ସୁଦ୍ଧା ଇସ୍ତଫା ଦେବାକୁ ଏହି ମନ୍ତ୍ରୀମାନଙ୍କୁ କୁହାଯାଇଛି । ଏବେ ପର୍ଯ୍ୟନ୍ତ ୮ ଜଣ ମନ୍ତ୍ରୀ ଇସ୍ତଫା ଦେଇ ସାରିଛନ୍ତି । ଆଉ ରହିଛନ୍ତି ୨ ମନ୍ତ୍ରୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଇସ୍ତଫା ଦେଇ ସାରିଥିବା ମନ୍ତ୍ରୀମାନେ ହେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ, ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, କ୍ରୀଡ଼ା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକା ।