ବିଗତ ୩ବର୍ଷରେ ୭୬୦୩ ବାଳିକା ନିଖୋଜ । ପ୍ରଥମଥର ନିଖୋଜଙ୍କ ବାବଦରେ ସରକାରଙ୍କ ସୂଚନା

128

କନକ ବ୍ୟୁରୋ : ଗତ ୩ବର୍ଷ ଅର୍ଥାତ ୨୦୧୯, ୨୦ ଓ ୨୧ରେ ନିଖୋଜ ହୋଇଥିବା ବାଳକ, ବାଳିକା ଓ ମହିଳାଙ୍କ ତଥ୍ୟ ପ୍ରଥମ ଥର ପାଇଁ ଦେଇଛନ୍ତି ରାଜ୍ୟ ସରକାର । ଗୃହରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତୀ ବେହେରା ଏନେଇ ଉତର ରଖି ତଥ୍ୟ ଦେଇଛନ୍ତି । ଏହି ୩ବର୍ଷରେ ୭୬୦୩ ବାଳିକା ନିଖୋଜ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫ହଜାର ୮୭୨ଜଣଙ୍କୁ ଉଦ୍ଧାର କରାଯାଇଛି ।

ଏବେବି ୧ହଜାର ୭୩୧ଜଣ ନିଖୋଜ ଅଛନ୍ତି । ସେହିପରି ୩ବର୍ଷରେ ରାଜ୍ୟରେ ୧ହଜାର ୧୧୧ବାଳକ ନିଖୋଜ ହୋଇଥିବା ବେଳେ ୯୦୭ଜଣଙ୍କୁ ଉଦ୍ଧାର କରାଯାଇଛି । ଏପର୍ଯ୍ୟନ୍ତ ୨୦୪ବାଳକ ନିଖୋଜ ଅଛନ୍ତି । ସେହିପରି ଗତ ୩ବର୍ଷ ଭିତରେ ୨୫ହଜାର ୯୭୩ ମହିଳା ନିଖୋଜ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୯ହଜାର ୯୨୦ମହିଳାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୬ହଜାର ୫୩ଜଣ ମହିଳା ଏବେବି ନିଖୋଜ ଅଛନ୍ତି ।