ଭୁବନେଶ୍ୱରରେ ଘଡଘଡି ସହ ପ୍ରବଳ ବର୍ଷା । ବିଭିନ୍ନ ସ୍ଥାନରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି

273

କନକ ବ୍ୟୁରୋ : ଟିକିଏ ବର୍ଷା ହେଲେ ପାଣିରେ ବୁଡୁଛି ରାଜଧାନୀ । ଡଙ୍ଗାରେ ରାସ୍ତା ପାରି ହେଲା ଭଳି ପରିସ୍ଥିତି ଦେଖିବାକୁ ମିଳୁଛି । କେଉଁଠି କାର୍ ବୁଡିଯାଉଛି ତ ଆଉ କେଉଁଠି ଘରେ ପାଣି ପଶିଯାଉଥିବାର ଦୃଶ୍ୟ ସାମ୍ନାକୁ ଆସୁଛି । ଆଜି ବି ଭୁବନେଶ୍ୱରରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଯାନବାହାନ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଇସ୍କନ ସାମ୍ନା ରାସ୍ତାରେ ପୂର୍ବବର୍ଷ ପରିସ୍ଥିତିର ପୁନରାବୃତ୍ତି ଘଟିଛି । ସମଗ୍ର ରାସ୍ତା ପାଣିରେ ପୂର୍ଣ୍ଣ ହୋଇଯାଇଛି । କାର୍‌ ଭାସୁଛି । ବାଇକ୍‌, ସ୍କୁଟି ଓ ଅଟୋ ଷ୍ଟାର୍ଟ ବନ୍ଦ ହୋଇଯିବାରୁ ଅଣ୍ଟାଏ ପାଣିରେ ଗାଡ଼ି ଠେଲି ଠେଲି ବାହାର କରିବା ଚାଳକଙ୍କ ପାଇଁ କାଠିକର ପାଠ ହୋଇଛି । ସେହିପରି ବିଭିନ୍ନ ସ୍ଥାନରେ ମଧ୍ୟ ପାଣି ଜମି ରହିଛି ।