ନବୀନଙ୍କୁ ମମତା ଚିଠି ଲେଖିବା ପ୍ରସଙ୍ଗରେ ଆରମ୍ଭ ହେଲା ବୟାନବାଜି । ବିଜେଡି କହିଲା, ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ନବୀନ, କଂଗ୍ରେସ ବିଧାୟକ କହିଲେ ମମତାଙ୍କ ପ୍ରୟାସ ସ୍ୱାଗତଯୋଗ୍ୟ ।

206

କନକ ବ୍ୟୁରୋ : ବିରୋଧୀଙ୍କ ବୈଠକରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିଠି ଲେଖିବା ପରେ ଜୋର ଧରିଛି ଚର୍ଚ୍ଚା । ମମତା ଡାକିଥିବା ବୈଠକକୁ ନବୀନ ଯିବେ ନା ନାହିଁ? ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବେ? ବିଜେପି ବିରୋଧୀ ମୋର୍ଚ୍ଚାରେ ନବୀନ ସାମିଲ ହେବେ କି ନାହିଁ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ରାଜ୍ୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଠିକ୍ ସମୟରେ ଠିକ୍ ନିଷ୍ପତି ନେବେ ମୁଖ୍ୟମନ୍ତ୍ରୀ । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ମମତା ଯେଉଁ ପ୍ରୟାସ କରିଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେବା କଥା ।