ନେପାଳର ୬ ସବୁଠାରୁ ବିପଦପୂର୍ଣ୍ଣ ଏୟାରପୋର୍ଟ: ଲ୍ୟାଣ୍ଡିଂ ବେଳେ ଅଟକି ଯାଏ ନିଶ୍ୱାସ

320

କନକ ବ୍ୟୁରୋ: ନେପାଳରେ ହୋଇଥିବା ବିମାନ ଦୁର୍ଘଟଣା ପରେ ଏବେ ନେପାଳର ବିପଦପୂର୍ଣ୍ଣ ଏୟାରପୋର୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନେପାଳରେ ଏମିତି କିଛି ଏୟାରପୋର୍ଟ ରହିଛି ଯାହା ଅଧିକ ଖତରନାକ ହୋଇଥାଏ । ତେବେ ନେପାଳ ବିମାନ ଦୁର୍ଘଟଣା ପରେ ପରେ ନଜର ପକାନ୍ତୁ ନେପାଳରେ ଥିବା ଭୟଙ୍କର ଏୟାରପୋର୍ଟ ଗୁଡିକ ଉପରେ ।

ନେପାଳ ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ ପରିଚିତ । କେବଳ ସେତିକି ନୁହେଁ ନେପାଳ ନିଜ ଭୟଙ୍କର ଏୟାରପୋର୍ଟ ପାଇଁ ବି ବେଶ ପରିଚିତ । ଏଠାରେ ଏମିତି ଏୟାରପୋର୍ଟ ରହିଛି ଯେଉଁଠି ଲ୍ୟାଣ୍ଡିଂ ସମୟରେ ଲୋକଙ୍କ ନିଶ୍ୱାସ ଅଟକି ଯାଏ । ନେପାଳରେ ଏମିତି କିଛି ଏୟାରପୋର୍ଟ ରହିଛି ଯାହା ଅଧିକ ଉଚ୍ଚରେ ରହିଛି ଯାହା ବିଷୟରେ ଭାବିଲେ ମନରେ ଛନକା ପଶିଯିବ ।
ନେପାଳର ଚାରିପଟେ ପାହାଡ ଘେରି ରହିଛି । ଏଠାରେ କିଛି ଏୟାରପୋର୍ଟରେ ଅନେକ ସୁବିଧା ଉପଲବ୍ଧ ଥାଏ । ହେଲେ ଏମିତି କିଛି ଏୟାରପୋର୍ଟ ଯାହା ଗ୍ରାମୀଣ ଅଞ୍ଚଳରେ ରହିଛି ଯେଉଁଠି କୌଣସି ପ୍ରକାର ସୁବିଧା ମିଳିନଥାଏ । ଏଠାରେ ପାଣିପାଗ ମଧ୍ୟ ଖରାପ ରହୁଥିବାରୁ ଉଡାଣ ଓ ଲ୍ୟାଣ୍ଡଂ ବେଶ ବିପଦପୂର୍ଣ୍ଣ ରହିଥାଏ । କେବଳ ଅନୁଭବୀ ପାଇଲଟଙ୍କୁ ଏଠାରେ ଉଡାଣ ପାଇଁ ଅନୁମତି ମିଳିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ନେପାଳର ସେମିତି କିଛି ଏୟାରପୋର୍ଟ ବିଷୟରେ କହିବୁ…

ଲୁକ୍ଲା ଏୟାରପୋର୍ଟ
ଏହି ଏୟାରପୋର୍ଟ କେବଳ ନେପାଳର ନୁହେଁ ବରଂ ସାରା ଦୁନିଆର ସବୁଠାରୁ ଖତରନାକ ଏୟାରପୋର୍ଟ କୁହାଯାଏ । ଏହି ଏୟାରପୋର୍ଟ ମାଉଣ୍ଟ ଏଭରେଷ୍ଟର ପାଖରେ ଅବସ୍ଥିତ । ଯେଉଁମାନେ ବିନା ଟ୍ରେକିଂରେ ମାଉଣ୍ଟ ଏଭରେଷ୍ଟ ପହଞ୍ଚିବାର ଅଛି ସେମାନେ ଏହି ଏୟାରପୋର୍ଟରୁ ସିଧା ହିମାଳୟ ଯାଇପାରିବେ । ଏହି ଏୟାରପୋର୍ଟରୁ କାଠମାଣ୍ଡକୁ ପ୍ରତିଦିନ ବିମାନ ଚଳାଚଳ ହୋଇଥାଏ । ହେଲେ ଖରାପ ପାଣିପାଗ, ଅଧିକ ବାଦଲ ହେବା, ଅଧିକ ପବନ ହେବା ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିଦିଆଯାଏ ।

ସିମିକୋଟ ଏୟାରପୋର୍ଟ
ଏହି ଏୟାରପୋର୍ଟ ନେପାଳର ଏକମାତ୍ର ଏୟାରପୋର୍ଟ ଯାହା ନ୍ୟାସନାଲ ରୋଡ ନେଟୱାର୍କ ସହ ଜଡିତ ନୁହେଁ । ଏହା ୪ ହଜାର ୩୦୦ ମିଟର ଉଚ୍ଚତା ଉପରେ ଅବସ୍ଥିତ । ପଶ୍ଚିମ ନେପାଳର ଡୋପ୍ଲା ଜିଲ୍ଲାକୁ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ଏଣ୍ଟ୍ରି ପଏଣ୍ଟ ଭାବେ କାମ କରେ । ଏହାକୁ ହୁମଲା ଏୟାରପୋର୍ଟ ଭାବେ ମଧ୍ୟ ପରିଚିତ । ଏହି ଏୟାରପୋର୍ଟରେ ଖୁବ କମ ସୁବିଧା ଉପଲବ୍ଧ ଥାଏ ।

ତାଲ୍ଚା ଏୟାରପୋର୍ଟ
ଏହି ଏୟାରପୋର୍ଟ ନେପାଳର ମୁର୍ଗୁ ଜିଲ୍ଲାର ରାରା ରାଷ୍ଟ୍ରିୟ ଉଦ୍ୟାନରେ ଅବସ୍ଥିତ । ଏହା ନେପାଳର ଖତରନାକ ଏୟାପୋର୍ଟ ଗୁଡିକ ମଧ୍ୟରୁ ଗୋଟିଏ । ଏହି ଏୟାରପୋର୍ଟ ୨ ହଜାର ୭୩୫ ମିଟର ଉଚ୍ଚତାରେ ରହିଛି । ଏଠାରେ ଅଧିକାଂଶ ସମୟ ବରଫ ପଡିଥାଏ । ତେଣୁ ବିମାନ ଖସିବା, ଥଣ୍ଡାରେ ଇଞ୍ଜିନ ବନ୍ଦ ହୋଇଯିବା ସହ ଉଡଣା ବେଳେ ବି ଅନେକ ସମସ୍ୟା ହେବାର ସମ୍ଭାବନା ରହିଥାଏ ।

ମୁସ୍ତାଙ୍ଗ ଏୟାରପୋର୍ଟ
ଏହି ଏୟାରପୋର୍ଟକୁ ବି ନେପାଳର ଖତରନାକ ଏୟାରପୋର୍ଟ ବୋଲି କୁହାଯାଏ । ଏହା ସମୁଦ୍ର ପତନଠାରୁ ୨, ୭୩୬ ମିଟର ଉଚ୍ଚତା ଉପରେ ରହିଛି । ପାଣିପାଗ ଭଲ ରହିଥିଲେ ଏଠାରେ ବିମାନ ଉଡାଣ ଭରିଥାଏ ହେଲେ ପାଣିପାଗ ବଦଳିଲେ ବିମାନ ରଦ୍ଦ କିମ୍ବା ବିଳମ୍ବ କରାଯାଇଥାଏ । ସକାଳ ସମୟରେ ଏଠାରେ ପବନ ମଧ୍ୟ ବହିଥାଏ । ଏହାସହ ଏୟାରପୋର୍ଟ ଅଧିକାଂଶ ସମୟ ଧୂଆଁଳିଆ ରହିଥାଏ ।

ଡୋଲ୍ପା ଏୟାରପୋର୍ଟ
ଏହି ଏୟାରପୋର୍ଟକୁ ଜୁଫାଲ ଏୟାରପୋର୍ଟ ଭାବରେ ମଧ୍ୟ ଲୋକମାନେ ଜାଣିଥାନ୍ତି । ଏହା ନେପାଳର ଏକ ବିପଦପୂର୍ଣ୍ଣ ଏୟାରପୋର୍ଟ ଭାବରେ ଜଣାଶୁଣା । ଏହା ୨ ହଜାର ୪୯୯ ମିଟର ଉଚ୍ଚରେ ଅବସ୍ଥିତ । ଏହି ଏୟାରପୋର୍ଟ ନେପାଳର ଡୋପ୍ଲା ଜିଲ୍ଲାରେ ରହିଛି ।

ପୋଖରା ଏୟାରପୋର୍ଟ
ଏହି ଏୟାରପୋର୍ଟକୁ ନେପାଳର ସବୁଠାରୁ ଖତରନାକ ଏୟାରପୋର୍ଟ ବୋଲି କୁହାଯାଏ । ଏହାକୁ ଏହି ବର୍ଷ ଜାନୁଆରୀ ୧ ତାରିଖରେ ଉଦଘାଟନ କରାଯାଇଛି । ଆଉ ନେପାଳରେ ଘଟିଥିବା ଏହି ଭୟଙ୍କର ବିମାନ ଦୁର୍ଘଟଣା ଏହି ଏୟାରପୋର୍ଟରେ ହିଁ ହୋଇଥିଲା । ଲ୍ୟାଣ୍ଡିଂ ହେବାର ୧୦ ସେକେଣ୍ଡ ପୂର୍ବରୁ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା ।