ଫାଭିଟ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଅନୁଗୁଳ, ତାଳଚେର ଗସ୍ତ : କଳା ପୋଷାକ ପିନ୍ଧି ଗୋ-ବ୍ୟାକ୍ ନାରା ଦେଲେ ବିଜେପି କର୍ମୀ

417

କନକ ବ୍ୟୁରୋ : ଦିନିକିଆ ଅନୁଗୁଳ ଗସ୍ତରେ ଫାଇଭ-ଟି ସଚିବ । ହିଙ୍ଗୁଳା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ମନ୍ଦିରର ବିକାଶ ଉପରେ ମନ୍ଦିର ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ସଚିବ ଭି.କେ ପାଣ୍ଡିଆନ୍ ଆଲୋଚନା କରିଛନ୍ତି । ଏହି ଅବସରରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ।

ଅନ୍ୟପଟେ ତାଳଚେର ବିଜେପି ୫ଟି ସଚିବଙ୍କ ଗସ୍ତକୁ ଜୋରଦାର ବିରୋଧ କରିଛି । ତାଳଚେରର ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ କଳା ପୋଷାକ ପିନ୍ଧି ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇଛନ୍ତି । ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିଜେପି ଏହି ବିରୋଧ ପ୍ରଦର୍ଶନ କରିଛି ।