ଫାଇଭ-ଟି ସଚିବଙ୍କ ମାରାଥନ ଗସ୍ତ : ବିଭିନ୍ନ ସରକାରୀ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ

27

କନକ ବ୍ୟୁରୋ : ଫାଇଭ-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ରାଉରକେଲା, ସମେତ ବିରମିତ୍ରପୁର, ଗୁରୁଣ୍ଡିଆ, କୁଆଁରମୁଣ୍ଡା, ବଣେଇ ଓ କୋଇଡାକୁ ମାରାଥନ ଗସ୍ତ କରିଛନ୍ତି । ଏହି ଅବସରରେ ଫାଇଭ ଟି ସଚିବ ବିଭିନ୍ନ ସରକାରୀ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଥିଲେ । ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା, ନାଗରିକ ସଙ୍ଗଠନ, ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିଙ୍କୁ ଭେଟିଥିଲେ ।

ବୀରମିତ୍ରପୁର ସରକାର ଉଚ୍ଚ ବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀଙ୍କ ସହ ସ୍କୁଲର ସୁବିଧା ଅସୁବିଧା ପଚାରି ବୁଝିଥିଲେ ଫାଇଭ ଟି ସଚିବ । ଏହାପରେ ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ସହରର ବିଭିନ୍ନ ସଂଘ, ଛାତ୍ରଛାତ୍ରୀ, ସ୍ଥାନୀୟ ନେତା ଓ କର୍ମୀଙ୍କ ବଭିନ୍ନ ଅଭିଯୋଗ, ପରାମର୍ଶ ସମ୍ପର୍କିତ ସ୍ମାରକପତ୍ର ଗ୍ରହଣ କରିଛନ୍ତି । ଆଜି ସେ ସୁନ୍ଦରଗଡ ଗସ୍ତରେ ଯାଇ ବିଭିନ୍ନ ବ୍ଲକରେ ଚାଲିଥିବା ସରକାରୀ ପ୍ରକଳ୍ପ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।