ଭାରତର ଆରମ୍ଭ ହେଲା ୫-ଜି ସେବା, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

70

କନକ ବ୍ୟୁରୋ : ଭାରତର ଆରମ୍ଭ ହୋଇଛି ୫-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ପ୍ରଗତି ମୈଦାନରେ ଏହାର ଶୁଭାରମ୍ଭ କରିଛନ୍ତି । ଭାରତ ପାଇଁ ଏହା ଏକ ବିଶେଷ ମୂହୂର୍ତ । ଏହା ସହ ଇଂଟରନେଟ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏହି ଅବସରରେ ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ଇଣ୍ଡିଆନ ମୋବାଇଲ କଂଗ୍ରେସରେ ୫-ଜିର ଶୁଭାରମ୍ଭ କରି ଟେଲିକମ ଅପରଟେରସଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ୫-ଜି ଆରମ୍ଭ ଅବସରରେ ବଡ ବଡ ଶିଳ୍ପପତି ବି ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡୀଗଡ଼, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଚେନ୍ନାଇ, ଲକ୍ଷେ୍ନø, ପୁନେ, ଦିଲ୍ଲୀ ଓ ମୁମ୍ବାଇରେ ପରି ୧୩ ସହରରେ ମିଳିବ ୫-ଜି ସେବା

ଦେଶକୁ ମିଳିଲା ୫-ଜି

– ପର୍ଯ୍ୟାୟ କ୍ରମେ ଅନ୍ୟ ସହରରେ ଉପଲବ୍ଧ ହେବ ସେବା
– ୫-ଜିରେ ଆଖି ପିଛୁଳାକେ ଖୋଲିଯିବ ୱେବ୍ପେଜ୍
– ୫-ଜିର ସ୍ପିଡ୍ ବର୍ତମାନର ସ୍ପିଡ୍ଠାରୁ ଢେର ଅଧିକ ହେବ
– ଅତି କମ୍ ସମୟରେ ଫଟୋ ଓ ଭିଡିଓ ଡାଉନ୍ଲୋଡ କିମ୍ବା ଅପ୍ଲୋଡ କରିହେବ
– ଏକାଧିକ ଡିଭାଇସ୍କୁ ଇଂଟରନେଟ୍ ସହ ଯୋଡାଯାଇ ପାରିବ
– ୫-ଜି ନେଟୱର୍କର ସ୍ପିଡ୍ ୧ ସେକେଣ୍ଡରେ ୨୦ ଜିବି ପର୍ଯ୍ୟନ୍ତ ହେବ
– ହାଇସ୍ପିଡ୍ ଇଂଟରନେଟ୍ ଯୋଗୁ ଭିଡିଓ କଲ୍ କରିବା ଆହୁରି ସହଜ ହେବ

ମୋଦି ଜିୟୋ, ଏୟାରଟେଲ୍ ଓ ଅନ୍ୟ କମ୍ପାନୀର ଷ୍ଟଲ ବୁଲିବା ସହ ନୂଆ କୌଶଳର ଡେମୋ ଦେଖିଥିଲେ । ଏହାଛଡା ମେଡିକାଲ କ୍ଷେତ୍ରରେ ମିଳିବାକୁ ଥିବା ସୁବିଧା ବିଷୟରେ ପଚାରି ବୁଝିଥିଲେ   । ଏହାଛଡା ପ୍ରତିରକ୍ଷା ଓ କୃଷି କ୍ଷେତ୍ରରେ ୫ଜି କିଭଳି ସୁବିଧା ଆଣିବ ସେ ନେଇ ଆଲୋଚନା କରିଥିଲେ

୪-ଜି ବନାମ ୫-ଜି
– -୪ ଜି ତୁଳନାରେ ୫ ଜି ଟେଲିକମ ସେବା ୧୦ ଗୁଣା ଦ୍ରୁତ ରହିବ
– -ଲୋକଙ୍କ କାର୍ଯ୍ୟ ଅଧିକ ସହଜ ହେବ
– -ଯୋଗାଯୋଗ ଓ ମନୋରଞ୍ଜନ କ୍ଷେତ୍ରରେ ପ୍ରଭାବ ଦେଖିବାକୁ ମିଳିବ
– ନେଟୱର୍କର ସ୍ପିଡ୍ ୧ ସେକେଣ୍ଡରେ ୨୦ ଜିବି ପର୍ଯ୍ୟନ୍ତ ହେବ
– ଆଖି ପିଛୁଳାକେ ଖୋଲିଯିବ ୱେବ ପେଜ୍
– ଅନଲାଇନ୍ ଭିଡିଓ ଦେଖିବା ସମୟରେ ବଫରିଂ ଇତିହାସ ହୋଇଯାଇପାରେ
– ହାଇସ୍ପିଡ୍ ଇଂଟରନେଟ୍ ଯୋଗୁ ଭିଡିଓ କଲ୍ ଆହୁରି ସହଜ ହେବ
– ଅତି କମ୍ ସମୟରେ ଫଟୋ ଓ ଭିଡିଓ ଡାଉନଲୋଡ କିମ୍ବା ଅପଲୋଡ କରିହେବ
– ମାତ୍ର ୫ରୁ ୬ ସେକେଣ୍ଡରେ ପୂରା ଫିଲ୍ମ ଡାଉନଲୋଡ୍ ହୋଇପାରିବ
– ଅତି ସହଜରେ ଅନଲାଇନରେ ପାଠ ପଢ଼ିପାରିବେ ପିଲା
– ୫-ଜି ଆସିଲେ ଅନଲାଇନ୍ କାମ ଆହୁରି ଶୀଘ୍ର ହୋଇପାରିବ
– ଇଂଟର ନେଟ୍ କଲରେ ଟୋନ କଟିବ ନାହିଁ

ବର୍ତମାନ ଦେଶର ସବୁ ସ୍ଥାନରେ ୫-ଜି ସେବା ଉପଲବ୍ଧ ହେବନାହି ାଁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ସମେତ କିଛି ସ୍ଥାନରେ ଏହି ସେବା ମିଳିବ । ୨୦୨୩ ଶେଷ ସୁଦ୍ଧା ଏହି ସେବା ଦେଶ ସାରା ମିଳିବ ।