ଟନେଲରେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଉ ୫ରୁ ୬ ମିଟର ବାକି । ମାନୁଆଲ ଡ୍ରିଲିଂ ବେଳେ ହେଉଛି ସମସ୍ୟା । ସ୍ୱତନ୍ତ୍ର ଇଂଜିନିୟର ଟିମ୍ ନିୟୋଜିତ ।

318

କନକ ବ୍ୟୁରୋ: ଉତ୍ତରକାଶୀର ନିର୍ମାଣଧୀନ ସୁଡ଼ଙ୍ଗରେ ଫସିରିହିଥିବା ଶ୍ରମିକଙ୍କ ପାଖରେ ଶୀଘ୍ର ପହଞ୍ଚିବା ନେଇ ଆଶା ରହିଛି । ଶ୍ରମିକଙ୍କ ପାଖରେ ପହଞ୍ଚିିବା ପାଇଁ ଆଉ ମାତ୍ର ୫ରୁ ୬ମିଟର ବାକି ଥିବା କହିଛନ୍ତି ଟନେଲ ବିଶେଷଜ୍ଞ କ୍ରିସ୍ କୁପର । ଭୂସମାନ୍ତର ଭାବେ କରାଯାଉଥିବା ଡ୍ରିଲିଂକୁ ଜୋରଦାର କରାଯାଇଛି । ୫୭ମିଟର ପର୍ଯ୍ୟନ୍ତ ଡ୍ରିଲିଂ କରାଗଲେ ଶ୍ରମିକଙ୍କ ପାଖରେ ପହଞ୍ଚିହେବ ।

ଗତକାଲି ରାତିରୁ ସୁରୁଖୁରୁରେ ଡ୍ରିଲିଂ କାମ ଚାଲିଥିବ ଟନେଲ ବିଶେଷଜ୍ଞ କ୍ରିସ କୁପର ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟର ସମୀକ୍ଷା କରି ସମାନ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ମାନୁଆଲ ଡ୍ରିଲିଂରେ ସ୍ୱତନ୍ତ୍ ଦ ‘ରେଟ୍ ହୋଲ ମାଇନର୍ସ’ଙ୍କୁ ନିୟୋଜିତ କରାଯାଇଛି । ସେହିପରି ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ ମଧ୍ୟ ଚାଲିଛି । ୪୩ମିଟର ଭର୍ଟିକାଲ ଡ୍ରିଲିଂ ଶେଷ ହୋଇଛି । ଗତ ୧୨ ତାରିଖଠାରୁ ୧୭ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିଛନ୍ତି ୪୧ଜଣ ଶ୍ରମିକ । ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି ।